ସେପ୍ଟେମ୍ବରରେ ହୋଇପାରେ ଜି-୭ ସମ୍ମିଳନୀ; ଭାରତକୁ ନିମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ୍

ୱାସିଂଟନ୍: ଜି-ସେଭେନ୍‌କୁ ଅନ୍ୟନ୍ତ ଅଚଳ ସଙ୍ଗଠନ କହିବା ସହ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ରୁଷ୍‌କୁ ସାମିଲ କରି ଏହାକୁ ସମ୍ପ୍ରସାରଣ କରିବା ନିମନ୍ତେ ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। ଏଥିସହ ଏହି ସଂଗଠନକୁ ‘ଜି-ଟେନ୍ କିଂବା ‘ଜି-ଇଲେଭେନ୍’ ଭାବେ ନାମିତ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ଯୁକ୍ତରାଷ୍ଟ୍ର ଆମେରିକା ଆୟୋଜନ କରୁଥିବା ଏହାର ପରବର୍ତ୍ତୀ ବୈଠକକୁ ସେ ସେପ୍ଟେମ୍ବର କିଂବା ନଭେମ୍ବର ମାସଯାଏଁ ସ୍ଥଗିତ ରଖିବେ।

‘ଦି ଗ୍ରୁପ୍ ଅଫ୍ ସେଭେ‌ନ୍’ର ସଂକ୍ଷିପ୍ତ ରୂପ ହେଉଛି ‘ଜି-ସେଭେନ୍’। ଏହା ହେଉଛି ବିଶ୍ବର ସର୍ବବୃହତ୍ ଅର୍ଥନୀତି ସମୃଦ୍ଧ କେତେକ ଦେଶର ଆନ୍ତର୍ସରକାରୀୟ ସଂଗଠନ। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଜର୍ମାନି, ଇଟାଲି, କାନାଡା ଓ ଜାପାନ୍ ଏହାର ସଦସ୍ୟ ଅଛନ୍ତି। ପୂର୍ବରୁ ରୁଷ୍ ଏହାର ସଦସ୍ୟ ଥିବା ବେଳେ ଏହାର ନାମ ଥିଲା ‘ଜି-ଏଇଟ୍’। କିନ୍ତୁ, ୨୦୧୪ରେ ରୁଷ୍ କ୍ରିମିଆ ବିଜୟ କରିବା ପରେ ଏହି ସଙ୍ଗଠନରୁ ତାକୁ ବହିଷ୍କାର କରାଯାଇଥିଲା।

 

ସମ୍ବନ୍ଧିତ ଖବର