ଓ୍ଵାସିଂଟନ୍: ଜାନୁଆରି ୬ ତାରିଖରେ ‘କ୍ୟାପିଟଲ୍’ ଆକ୍ରମଣ ଘଟଣା ପରେ ଟୁଇଟର୍, ଫେସ୍ବୁକ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରୁ ବିତାଡ଼ିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଦୁଇ ତିନି ମାସ ମଧ୍ୟରେ ନିଜସ୍ୱ ପ୍ଲାଟ୍ଫର୍ମ ସ୍ଥାପନ କରି ସାମାଜିକ ଗଣମାଧ୍ୟମକୁ ଫେରିବାକୁ ଯୋଜନା କରୁଛନ୍ତି ବୋଲି ରବିବାର ଦିନ ତାଙ୍କର ଜଣେ ବରିଷ୍ଠ ଉପଦେଷ୍ଟା ‘ଫକ୍ସ୍ ନିଉଜ୍’କୁ କହିଛନ୍ତି।
ଟ୍ରମ୍ପ୍ଙ୍କ ୨୦୨୦ ନିର୍ବାଚନ ପ୍ରଚାର ଅଭିଯାନର ମୁଖପାତ୍ର ଜେସନ୍ ମିଲର୍ କହିଛନ୍ତି ଯେ, ନିଜସ୍ୱ ନୂଆ ପ୍ଲାଟ୍ଫର୍ମ ଜରିଆରେ ଟ୍ରମ୍ପ୍ ସାମାଜିକ ଗଣମାଧ୍ୟମକୁ ପୁନଃ ପ୍ରବେଶ କରିବେ, ଯାହା ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ।
Image Courtesy of The Indian Expressଏତିକ କହିବା ଛଡ଼ା ମିଲର୍ ଆଉ କିଛି ବିଶେଷ ତଥ୍ୟ ଦେଇନାହାନ୍ତି। ଟ୍ରମ୍ପ୍ ସଂସ୍ଥାନ ତରଫରୁ ମଧ୍ୟ ଏ ବିଷୟରେ ତୁରନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ।
କେତେବେଳେ ଏବଂ କିଭଳି ବିଶ୍ୱ ନେତୃବର୍ଗଙ୍କୁ ପ୍ଲାଟ୍ଫର୍ମରୁ ନିଷିଦ୍ଧ କରିବ, ସେ ସଂକ୍ରାନ୍ତରେ ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରୁଥିବା କଥା ଗତ ସପ୍ତାହରେ ଟୁଇଟର୍ କହିଥିଲା। ସାଧାରଣ ବ୍ୟବହାରକାରୀଙ୍କ ପ୍ରତି ଥିବା ନୀତିନିୟମ ବିଶ୍ୱ ନେତୃବର୍ଗଙ୍କ ପାଇଁ ଲାଗୁ ହେବ କି, ନାହିଁ ତାହାର ମଧ୍ୟ ସମୀକ୍ଷା କରାଯାଉଥିବା କଥା ଟୁୁଇଟର୍ ସୂଚନା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Trump-to-Start-His-Own-Social-Media-Platform_Thumbnail-1.jpg)