ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଆଲାସ୍କାର ଆଙ୍କୋରେଜରେ ଆଲୋଚନା କରିବେ। ଏହି ବୈଠକ ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧.୩୦ (ଭାରତୀୟ ସମୟ ଶନିବାର ରାତି ୧ ଟା)ରେ ଅନୁଷ୍ଠିତ ହେବ। ଟ୍ରମ୍ପ କହିଛନ୍ତି ଯେ ପୁଟିନ ହୁଏତ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ମନ ସ୍ଥିର କରିସାରିଛନ୍ତି, କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ବୈଠକ ବିଫଳ ହେବାର ୨୫% ସମ୍ଭାବନା ଅଛି। ଯଦି ଏପରି ହୁଏ ରୁଷ ବିରୋଧରେ ଆହୁରି କଠୋର ପଦକ୍ଷେପ ନିଆଯିବ ।
ଟ୍ରମ୍ପ କହିଛନ୍ତି “ଯଦି ଆଜିର ବୈଠକ ଭଲ ହୁଏ, ତେବେ ସେ ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ 'ତୁରନ୍ତ' ଦ୍ୱିତୀୟ ବୈଠକ ବ୍ୟବସ୍ଥା କରିବାକୁ ଚେଷ୍ଟା କରିବେ। କିନ୍ତୁ ଯଦି ବୈଠକରୁ ଖରାପ ଫଳାଫଳ ବାହାରେ ତେବେ 'ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଲିଯିବି।“

ଟ୍ରମ୍ପ ପୂର୍ବରୁ ରୁଷକୁ ଚେତାବନୀ ଦେଇସାରିଛନ୍ତି ଯେ ଯଦି ପୁଟିନ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହୁଅନ୍ତି, ତେବେ ଏହାକୁ 'ଅତ୍ୟନ୍ତ କଠୋର ପରିଣାମ' ଭୋଗିବାକୁ ପଡିବ। ଯଦି ବୈଠକ ଭଲ ହୁଏ, ତେବେ ଟ୍ରମ୍ପ ଏକ ତ୍ରିରାଷ୍ଟ୍ରୀୟ ବୈଠକ ଆୟୋଜନ କରିବାକୁ ଯୋଜନା କରିପାରିବେ, ଯେଉଁଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ କିଛି ୟୁରୋପୀୟ ନେତା ମଧ୍ୟ ସାମିଲ ହେବେ।