ସିରିୟା ପ୍ରସଙ୍ଗରେ ଟ୍ରମ୍ପ୍‌-ପୁଟିନ ଏକଜୁଟ

ମସ୍କୋ: ସିରିୟା ସଙ୍କଟର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହମତି ପ୍ରକାଶ କରିଛନ୍ତି। ଉଭୟ ଶାସକ ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବିରାମ ସହିତ କେବଳ ଆଇଏସ୍‌ ଆତଙ୍କବାଦୀ ସଂଗଠନର ମୂଳପୋଛ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଦୁଇ ନେତା କହିଛନ୍ତି। ପ୍ରଶାନ୍ତ ଏସୀୟ ଆର୍ଥିକ ସହଯୋଗ (ଆପେକ୍‌) ସମ୍ମିଳନୀ ଅବସରରେ ଏ ବାବଦରେ ଆଲୋଚନା ପରେ ସିରିୟାରେ ନୂଆ ସରକାର ଗଠନ ପାଇଁ କୂଟନୈତିକ ପନ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସିରିୟା ରାଷ୍ଟ୍ରପତି ବସର୍‌ ଅଲ୍‌ ଅସଦ୍‌ଙ୍କୁ ତୀବ୍ର ବିରୋଧ କରି ଆସୁଥିବା ଆମେରିକା ଏବେ ତା’ର ନୀତିରେ ପରିବର୍ତ୍ତନ ଆଣିବ ବୋଲି ସଙ୍କେତ ଦେଇଛି। କିଛିମାସ ତଳେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ବସର୍‌ଙ୍କ ଏକ ବିମାନଘାଟି ଛାରଖାର ହୋଇଯାଇଥିଲା। ଏହାକୁ ନେଇ ରୁଷ୍‌ ଓ ଆମେରିକା ମଧ୍ୟରେ ତିକ୍ତତା ବହତୁ ବଢ଼ିଯାଇଥିଲା।

ସମ୍ବନ୍ଧିତ ଖବର