ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏହି ସଂଘର୍ଷକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛି। ଏହି ସମୟରେ, ଫକ୍ସ ନ୍ୟୁଜର ବରିଷ୍ଠ ହ୍ୱାଇଟ୍ ହାଉସ୍ ସମ୍ବାଦଦାତା ପିଟର ଡୁସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚାରିଥିଲେ ଯେ, ସେ କେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେବେ କି, ଯେପରି ଆମେରିକା ପୂର୍ବତନ ଭେନେଜୁଏଲାର ନେତା ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପାଇଁ ଡେଲ୍ଟା ଫୋର୍ସ ମିଶନ କରିଥିଲା।
ସେ ଏହି ପ୍ରଶ୍ନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସକିଙ୍କ ବୟାନକୁ ନେଇ କରିଥିଲେ। ମାଦୁରୋଙ୍କୁ ଆମେରିକା ଗିରଫ କରିବା ପରେ ଜେଲେନ୍ସକି କହିଥିଲେ ଯେ, ଯଦି ଏକଛତ୍ରବାଦୀଙ୍କ ସହିତ ଏହି ଉପାୟରେ ମୁକାବିଲା କରାଯାଇପାରିବ, ତେବେ ଆମେରିକା ଜାଣିଛି ଯେ ପରବର୍ତ୍ତୀ ପଦକ୍ଷେପ କ'ଣ ହେବା ଉଚିତ।
କ’ଣ କହିଲେ ଟ୍ରମ୍ପ?
ତେବେ ପିଟର ଡୁସିଙ୍କ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, "ମୁଁ ଭାବୁନାହିଁ ଯେ ଏହା ଆବଶ୍ୟକ ହେବ। ପୁଟିନ୍ ଏବଂ ମୋର ସର୍ବଦା ଭଲ ସମ୍ପର୍କ ରହିଛି। ମୁଁ ବହୁତ ନିରାଶ। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ ଏହା ସହଜ ନଥିଲା। ମୁଁ ଆଠଟି ଯୁଦ୍ଧ ସମାପ୍ତ କରିଛି ଏବଂ ଆଶା କରୁଛି ଯେ, ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟ ସମାନ ଭାବରେ ସମାଧାନ ହେବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଗତ ମାସରେ ୩୧,୦୦୦ ଲୋକ (ସେମାନଙ୍କ ମଧ୍ୟରୁ ଅନେକ ରୁଷ ସୈନିକ ଥିଲେ) ମୃତ୍ୟୁବରଣ କରିଛନ୍ତି ଏବଂ ରୁଷର ଅର୍ଥନୀତି ଦୁର୍ବଳ ହେଉଛି। ମୁଁ ଏହାର ଶୀଘ୍ର ସମାଧାନ ଚାହୁଁଛି।
ଆହୁରି ପଢ଼ନ୍ତୁ: Talcher-Bimalagarh Railway Project ପ୍ରଶାସନର ଅପାରଗତା ଜଳଜଳ: ଏଯାଏ ହୋଇନି ୬୦% ଜମି ହସ୍ତାନ୍ତର, ୬୦ ବର୍ଷ ପୁରୁଣା ପ୍ରକଳ୍ପର ଭାଗ୍ୟ ଫିଟୁନି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/10/trump-2026-01-10-09-34-58.jpg)