ନୂଆଦିଲ୍ଲୀ:  ସ୍କଟଲାଣ୍ଡରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର୍‌ ଷ୍ଟାର୍ମରଙ୍କ ସହ ସୋମବାର ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ହ୍ବାଇଟ ହାଉସ୍‌ରେ ତାଙ୍କ ଉପସ୍ଥିତି ଯୋଗୁଁ  ଭାରତ-ପାକିସ୍ତାନ ଯୁଦ୍ଧ ସମେତ ବିଶ୍ବରେ ୬ଟି ଯୁଦ୍ଧ ଅଟକିଛି। ଥାଇଲଣ୍ଡ ଏବଂ କାମ୍ବୋଡ଼ିଆ ଯୁଦ୍ଧବିରତି ଘୋଷଣା କରିବା ସମୟରେ ଟ୍ରମ୍ପ ଏହି ଟିପ୍ପଣୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦି ମୁଁ ରାଷ୍ଟ୍ରପତି ହୋଇନଥାନ୍ତି ତେବେ ବିଶ୍ବ ଏବେ ୬ଟି ଯୁଦ୍ଧ ଦେଖିଥାଆନ୍ତା‌ ଏବଂ ଭାରତ-ପାକିସ୍ତାନ ଯୁଦ୍ଧ ଜାରି ରହିଥାନ୍ତା।

Advertisment

ଉଲ୍ଳେଖଯୋଗ୍ୟ ଯେ ଗୋଟିଏ ପଟେ ଟ୍ରମ୍ପଙ୍କ ଯୁଦ୍ଧବିରତି ଦାବିକୁ ନେଇ ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଜବାବ ମାଗିଥିବାବେଳେ ଆଜି ଟ୍ରମ୍ପ ପୁଣିଥରେ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଆଜି ଲୋକସଭାରେ କହିଛନ୍ତି,  ଟ୍ରମ୍ପ ବାରମ୍ବାର ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି ବୋଲି ଦାବି କରିଥିବାବେଳେ ମୋଦୀ କାହିଁକି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରୁନାହାନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଏକ୍ସରେ ପୋଷ୍ଟ୍‌ କରୁନାହାନ୍ତି ଯେ ଆମେରିକା ରାଷ୍ଟ୍ରପତି ଯାହା କହୁଛନ୍ତି ତାହା ଭୁଲ୍‌।