ଭାରତ-ଚୀନ ମଧ୍ୟରେ ସ୍ଥିତି ଗମ୍ଭୀର, ଆମେ ଦୁହିଁଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ: ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଥରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ସ୍ଥିତିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ଥିବା କଥା କହିବା ସହ ଆମେ ଦୁଇ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କର ଜଣେ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଭଲ କାମ କରୁଥିବା କହିଛନ୍ତି।

ଭାରତ-ଚୀନ ମଧ୍ୟରେ ଥିବା ସ୍ଥିତିକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ବର୍ତ୍ତମାନ ଋଷ ଅପେକ୍ଷା ଚୀନକୁ ନେଇ ଅଧିକ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି। କାରଣ ଚୀନ୍ ଯେଉଁ କାମ କରୁଛି ତାହା ନିନ୍ଦନୀୟ ଅଟେ। ଭାରତ-ଚୀନ ମଧ୍ୟରେ ଏବେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଆମେ ଉଭୟ ଭାରତ ଏବଂ ଚୀନକୁ ସହାୟତା କରିବା ପାଇଁ ପ୍ରସ୍ତୁତ। ଯଦି ଆମେ କିଛି କରିପାରିବୁ, ତେବେ ଆମେ ଉଭୟଙ୍କୁ ସାହାଯ୍ୟ କରି ଖୁସି ହେବୁ | ଭାରତ-ଚୀନ୍ ମଧ୍ୟରେ ଥିବା ଅସନ୍ତୋଷ ପ୍ରସଙ୍ଗରେ ସେ ଉଭୟ ଦେଶ ସହ ଆଲୋଚନା କରୁଥିବା କହିଛନ୍ତି।

डोनाल्ड ट्रंप (ANI)
aajtak

ଏହା ସହ ଟ୍ରମ୍ପ ପୁଣି ଥରେ କରୋନା ଭାଇରସ ଉପରେ ଜୋର ଦେଇ ଏହାକୁ ଚୀନ୍ ଭାଇରସ୍ ବୋଲି କହିବା ସହ କରୋନା ଭୂତାଣୁ ବିଷୟରେ ଲୁଚାଇ ଚୀଚୀନ ବିଶ୍ବର ୧୮୮ଦେଶ ସହ କ’ଣ କରିଛି, ତାହା ବିଶ୍ୱ ଦେଖିବା ଉଚିତ୍ ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି‌ ଯେ, ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆମକୁ ବହୁତ ସମର୍ଥନ ମିଳିଛି। ମୁଁ ଭାବୁଛି ଭାରତୀୟ ଲୋକମାନେ ମୋତେ ଭୋଟ୍ ଦେବେ। କରୋନା ମହାମାରୀ ପୂର୍ବରୁ ମଧ୍ୟ ମୁଁ କହିଥିଲି ଯେ ସେଠାରେ ଥିବା ଲୋକମାନେ ବହୁତ ବିଶ୍ୱାସଯୋଗ୍ୟ। ଭାରତୀୟମାନେ ଜଣେ ମହାନ ନେତା ପାଇଛନ୍ତି ଯିଏ ମଧ୍ୟ ଜଣେ ମହାନ ବ୍ୟକ୍ତି |

ସମ୍ବନ୍ଧିତ ଖବର