ଅକ୍ଟୋବରରେ କୋଭିଡ୍‌ ଟିକା ଆଣିବା ପାଇଁ ଟ୍ରମ୍ପ୍‌ଙ୍କ ଆପ୍ରାଣ ଉଦ୍ୟମ

ଵାସିଂଟନ: କୋଭିଡ୍‌-୧୯ର ମୁକାବିଲା ପାଇଁ ବିଶ୍ବବାସୀ କୌଣସି ଏକ ଫଳପ୍ରଦ ଟିକାକୁ ଚାତକ ପରି ଚାହିଁରହିଥିବା ବେଳେ ଆମେରିକା ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି। କୋଭିଡ୍‌ ପରିଚାଳନାରେ ବିଫଳ ହେବାର ବଦନାମ ମୁଣ୍ଡାଇଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଗାମୀ ନଭେମ୍ବର ୩ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ସଫଳ ଟିକା ଦେଶବାସୀଙ୍କୁ ଭେଟି ଦେଇ ପୁଣି ଥରେ ନିର୍ବାଚିତ ହେବାର ଆକାଂକ୍ଷାକୁ ଫଳବତୀ କରିବା ଲକ୍ଷ୍ୟରେ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା କିଛି ଟିକାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳକୁ ପାଥେୟ କରି ଟ୍ରମ୍ପ୍‌ ପ୍ରଶାସନ ଅତି ବେଶିରେ ତିନି ମାସ ଭିତରେ ଉପଯୁକ୍ତ ଟିକାଟିଏ ସର୍ବସାଧାରଣରେ ଉପଲବ୍‌ଧ କରାଇବା ପାଇଁ ଲାଗିପଡ଼ିଛନ୍ତି। ଏପରିକି ରେକର୍ଡ କମ୍‌ ସମୟ ଭିତରେ ଏକ ପୂର୍ଣ୍ଣାଙ୍ଗ ଟିକାର ବିକାଶ ପାଇଁ ହ୍ବାଇଟ୍‌ହାଉସ୍‌ କୋଟି କୋଟି ଡଲାର ଅର୍ଥ ଖଟାଇ ସାରିଛି। ତେଣୁ ଏକ ସଫଳ ଟିକା ମିଳିଯିବା ନିଶ୍ଚିତ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର