ଫେସ୍‌ବୁକ୍‌ରେ ନିଜକୁ ୧ ନମ୍ବର ଘୋଷଣା କଲେ ଟ୍ରମ୍ପ୍‌, ବାସ୍ତବରେ ମୋଦୀଙ୍କ ଅନୁଗାମୀ ସଂଖ୍ୟାର ଅଧା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚଳିତ ମାସରେ ଭାରତ ଗସ୍ତରେ ଆସୁଥିବା ବେଳେ ଏହାକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ଟ୍ରମ୍ପ୍‌ ଆଜି ଏକ ଟ୍ବିଟ୍‌ କରି ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସୂତ୍ରରୁ କହିଛନ୍ତି ଯେ ଫେସବୁକ୍‌ରେ ଲୋକପ୍ରିୟତା କ୍ଷେତ୍ରରେ ସେ ନମ୍ବର ୧ ସ୍ଥାନରେ ଅଛନ୍ତି ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଟ୍ରମ୍ପ୍‌ଙ୍କ ଏହି ଏହି ଦାବି ସଂପୂର୍ଣ୍ଣ ଭୁଲ୍‌। ବାସ୍ତବରେ ଫେସ୍‌ବୁକ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ୧ ନମ୍ବରରେ ଅଛନ୍ତି ଏବଂ ତାଙ୍କ ଅନୁଗାମୀ ସଂଖ୍ୟାଠାରୁ ଟ୍ରମ୍ପ୍‌ ଯଥେଷ୍ଟ ପଛରେ ଅଛନ୍ତି। ଫେସ୍‌ବୁକ୍‌ରେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୪୪,୩୭୮,୬୨୫ ଥିବା ବେଳେ ଟ୍ରମ୍ପ୍‌ଙ୍କ ଅନୁଗାମୀ ସଂଖ୍ୟା ୨୭,୫୩୭,୧୭୭ ଅଟେ। ମୋଦୀଙ୍କ ତୁଳନାରେ ଟ୍ରମ୍ପ୍‌ଙ୍କ ଅନୁଗାମୀ ସଂଖ୍ୟା ପ୍ରାୟ ଅଧା ରହିଥିବା ବେଳେ ଟ୍ରମ୍ପ୍‌ ନିଜକୁ ୧ ନମ୍ବର ଦାବି କରିବା ବିସ୍ମୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର