ମୋଦୀଙ୍କୁ ‘ଫାଦର୍‌ ଅଫ୍‌ ଇଣ୍ଡିଆ’ କହିଲେ ଟ୍ରମ୍ପ୍‌

ପରିବାରରେ ପିତା ଭଳି ସମସ୍ତଙ୍କୁ ଏକାଠି କରୁଛନ୍ତି, ରକ୍‌ଷ୍ଟାର ଏଲ୍‌ଭିସ୍‌ ପ୍ରେସ୍‌ଲେଙ୍କ ସହ ତୁଳନା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ‘ଫାଦର୍‌ ଅଫ୍‌ ଇଣ୍ଡିଆ’ (ଭାରତର ପିତା) ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପରିବାରର ପିତା ଭଳି ସେ ସମସ୍ୟାର ସମାଧାନ କରୁଛନ୍ତି। ଆତଙ୍କବାଦଠାରୁ ଆରମ୍ଭ କଶ୍ମୀର ପ୍ରସଙ୍ଗ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ସେ ଅତ୍ୟନ୍ତ ସଫଳତାର ସହ କରିପାରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ‘ହାଉଡି ମୋଦୀ’ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀଙ୍କ ତୁଳନା ରକ୍‌ଷ୍ଟାର ଏଲ୍‌ଭିସ ପ୍ରେସ୍‌ଲେଙ୍କ ସହ କରିଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସଂପର୍କରେ ପ୍ରଶ୍ନ କରାଯିବାକୁ ଟ୍ରମ୍ପ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏ ସବୁ ସମସ୍ୟାର ସଠିକ୍‌ ସମାଧାନ କରିପାରିବେ। ଟ୍ରମ୍ପ୍‌ କହିଥିଲେ ମୋର ମନେ ଅଛି ପୂର୍ବରୁ ଭାରତରେ ବହୁତ ମତଭେଦ, ଲଢ଼େଇ ରହିଥିଲା। ଏବେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଜଣେ ପିତା ଭଳି ଏକାଠି କରିଛନ୍ତି। ମୁଁ ଭାବୁଛି ସେ ‌ଭାରତର ପିତା । ଆମେ ତାଙ୍କୁ ଭାରତର ପିତା ବୋଲି କହିବୁ । ଲୋକେ ମୋଦୀଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କ ପାଇଁ ପାଗଳ ହୋଇଯାଉଛନ୍ତି। ସେ ରକ୍‌ଷ୍ଟାର୍‌ ଏଲ୍‌ଭିସ୍‌ଙ୍କର ଭାରତୀୟ ସଂସ୍କରଣ ବୋଲି ଟ୍ରମ୍ପ୍‌ କହିଥିଲେ।

ସମ୍ବନ୍ଧିତ ଖବର