ଭାରତ-ପାକ୍‌ ସ୍ଥିତି ଖୁବ୍‌ଶୀଘ୍ର ସୁଧୁରିବ: ଟ୍ରମ୍ପ୍‌

ୱାସିଂଟନ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଖୁବ୍‌ ଶୀଘ୍ର ଅନ୍ତ ଘଟିବ। ଆଜି ଏଭଳି ଦୃଢ଼ ଆତ୍ମବିଶ୍ବାସ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଭଳି ସ୍ଥିତିର ସମାଧାନ ଦିଗରେ ଆମେରିକା ଏବେ ଦୁଇ ଦେଶକୁ ସହ‌ଯୋଗ କରୁଛି ଏବଂ ଖୁବ୍‌ ଶୀଘ୍ର ଏହି ସ୍ଥିତିର ଅନ୍ତ ଘଟିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଭିଏତନାମ ରାଜଧାନୀରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ହୋଇଥିବା ଦ୍ବିତୀୟ ଶିଖର ବୈଠକ‌ ଶେଷରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି , ଭାରତ ପାକିସ୍ତାନ ସ୍ଥିତି ନେଇ ଆମ ପାଖରେ ଭଲ ଖବର ଅଛି। ଭାରତ ଏବଂ ପାକିସ୍ତାନକୁ ଏବେ ଆମେରିକା ଏଭଳି ସ୍ଥିତି ଆଉ ବେଶୀଦିନ ରହିବନି ବୋଲି ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ବୟାନର କିଛି ସମୟ ପରେ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ପାକିସ୍ତାନ ଆସନ୍ତାକାଲି ମୁକ୍ତ କରିବ ‌ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ଘୋଷଣା କରିଥିବାରୁ ଏହା ପଛରେ ଆମେରିକାର ମଧ୍ୟ ପ୍ରବଳ ଚାପ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର