ମି ଠୁ ଅଭିଯାନକୁ ଟ୍ରମ୍ପ୍‌ଙ୍କ ପରିହାସ

ୱାସିଂଟନ: ଯୌନ ଉତ୍ପୀଡ଼ନ ବିରୋଧରେ ଚାଲିଥିବା ‘ମି ଠୁ’ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପରିହାସ କରିଛନ୍ତି। ମି ଠୁ ନାମରେ ତାମସା ଚାଲିଛି ଏବଂ କେବଳ ପ୍ରେସ୍‌ କଟକଣା ପାଇଁ ସେ ଚୁପ୍‌ ରହିଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ବିନା ପ୍ରମାଣରେ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ ଅଭିଯୋଗ ଆସୁଥିବାରୁ ଏହା ସମସ୍ୟା ବଢ଼ାଉଛି ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମେରିକାର ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ୩ ଜଣ ମହିଳା ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଭିତ୍ତିହୀନ ଥିଲା ବୋଲି ସେ ଜାଣିଥିଲେ ଏବଂ ଏହି ମାମଲାରେ ସେ ବିଚାରପତିଙ୍କ ପକ୍ଷ ନେଇଥିଲେ। ଟ୍ରମ୍ପ୍‌ କହିଛନ୍ତି ଯେ ମି ଠୁ ଏବେ ଦିଗହରା ହୋଇଯାଇଛି ଏବଂ ଏହାର ଗତି କୁଆଡ଼େ ‌କେହି ଜାଣନ୍ତି ନାହିଁ।

ସମ୍ବନ୍ଧିତ ଖବର