ଅଲ୍‌-ବାଗ୍‌ଦାଦି ଆକ୍ରମଣରେ ସୁନ୍ଦର ଓ ପ୍ରତିଭାବାନ୍‌ କୁକୁରଟିଏ ଆହତ ହୋଇଛି: ରାଷ୍ଟ୍ରପତି ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଅବୁ ବାକର୍‌ ଅଲ୍‌-ବାଗ୍‌ଦାଦିର ଜୀବନର ଶେଷ ମୁହୂର୍ତ୍ତ କଟିଥିଲା ଅନ୍ଧକାରମୟ ସୁଡ଼ଙ୍ଗ ମଧ୍ୟରେ ସାମରିକ କୁକୁରମାନଙ୍କ ଗୋଡ଼ାଣରେ।
ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି: ଆମ କୁକୁରମାନେ ଗୋଡ଼ାଇବାରୁ ବାଗ୍‌ଦାଦି ସୁଡ଼ଙ୍ଗର ଶେଷ ଭାଗରେ ପହଞ୍ଚିଥିଲା। ସେ ପିନ୍ଧିଥିବା ବିସ୍ଫୋରକ ଲଗା ଭେଷ୍ଟ୍‍ର ସୁଇଚ୍‌ ଟିପିଦେଇ ଆତ୍ମହତ୍ୟା କରିବା ସହ ତାଙ୍କର ତିନି ଜଣ ପିଲାଙ୍କୁ ମଧ୍ୟ ମାରି ପକାଇଲେ।

ଗ୍ରାଫିକ୍‌ ଚିତ୍ର ସମ୍ବଳିତ ଭାଷଣରେ ଟ୍ରମ୍ପ୍‌ ଅଲ୍‌-ବାଗ୍‌ଦାଦିଙ୍କୁ ଆର୍ତ୍ତଚିତ୍କାର କରୁଥିବା ଜନ୍ତୁ ସହ ତୁଳାନା କରିଥିଲେ।

ଏଥିରେ କୌଣସି ଆମେରିକୀୟଙ୍କର ମୃତ୍ୟୁ ଘଟିନାହିଁ କି, ଚାରିଗୋଡ଼ିଆ ଜୀବଟିଏ ବି ମରିନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି।

ଟ୍ରମ୍ପ୍‌ କହିଲେ, ‘କେ-୯’ ନାମକ ସୁନ୍ଦର ଏବଂ ପ୍ରତିଭାବାନ୍‌ କୁକୁରଟିଏ ଆହତ ହୋଇଛି। ତାକୁ ମଧ୍ୟ ଫେରାଇ ଅଣାଯାଇଛି।
ଆମେରିକାରେ ଗୋଟିଏ ତାଲିମପ୍ରାପ୍ତ ସାମରିକ କୁକୁରର ମୂଲ୍ୟ ୨୫, ୦୦୦ ଡଲାରରୁ ଅଧିକ।

Image Source: India Today

ବାଗଦାଦି ସଂକ୍ରାନ୍ତରେ ଟ୍ରମ୍ପ୍‌ କହିଲେ, ସେ କୁକୁରର ମରଣ ମରିଛି। ସେ ଗୋଟାଏ କାପୁରଷ ପରି ମରିଛି। ଏବେ ବସବାସ ପାଇଁ ବିଶ୍ୱ ନିରାପଦ।
ଏହି ଅଭିଯାନରେ କେତେ ସଂଖ୍ୟକ ଆମେରିକୀୟ କମାଣ୍ଡୋ ସାମିଲ ହୋଇଥିଲେ ତାହା ପ୍ରକାଶ କରାଯାଇ ନ ଥିଲେ ବି, ଆଠଟି ହେଲିକାପ୍ଟର୍‌ ବ୍ୟବହାର କରାଯାଇଥିଲା। ଘଟଣାସ୍ଥଳରେ ଏହି ହେଲିକାପ୍ଟର୍‌ ଉପରକୁ ଗୁଳିମାଡ଼ ହୋଇଥିଲା। ସେ ଯାହାହେଉ କମାଣ୍ଡୋମାନେ ନିରାପଦରେ ଅବତରଣ କରିଥିଲେ। ସେ ଘରର ମୁଖ୍ୟ ଫାଟକରେ ବୁବି-ଟ୍ରାପ୍‌ ଲାଗି ଥିବାରୁ ସେ ବାଟେ ନ ଯାଇ କାନ୍ଥ କଣା କରି ଭିତରକୁ ପଶିଥିଲେ।

ବିସ୍ଫୋରଣରେ ଭାଙ୍ଗି ପଡ଼ିଥିବା ସୁଡ଼ଙ୍ଗ ମଧ୍ୟରୁ ଛିନ୍ନଭିନ୍ନ ହୋଇ ପଡ଼ିଥିବା ବାଗଦାଦିଙ୍କ ଦେହାବଶେଷକୁ କମାଣ୍ଡୋମାନେ ସଂଗ୍ରହ କରି ଆଣିବା ପରେ ଡିଏନ୍‌ଏ ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର