ଆସନ୍ତା ୨୭ ଓ ୨୮ରେ ଭିଏତନାମରେ ହେବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ

ଏହି ବୈଠକରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ହେବ ଆଲୋଚନା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ଫେବ୍ରୁଆରୀ ୨୭ ଓ ୨୮ରେ ଅନୁଷ୍ଠିତ ହେବ । ଭିଏତନାମରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ତେବେ ଭିଏତନାମର ରାଜଧାନୀ ହନୋଇ କିମ୍ବା ସମୁଦ୍ର ତଟରେ ଅବସ୍ଥିତ ସହର ଦା ନାଙ୍ଗ ଠାରେ ଏହି ବୈଠକ ହେବାର ସମ୍ଭାବନା ରହିଛି । ଏହି ବୈଠକରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ।

ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମକୁ ନେଇ ହେବାକୁ ଥିବା ଏହି ବୈଠକ ପାଇଁ ଉଭୟ ରାଷ୍ଟ୍ର ନେତା ବେଶ ଉତ୍ସାହିତ ଅଛନ୍ତି । ୨୦୧୮ଜୁନ୍ ମାସରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା । ପରମାଣୁ ନିରସ୍ତ୍ରୀକରଣ ଉପରେ ଉତ୍ତରକୋରିଆ ଦୃଢ ପଦକ୍ଷେପ ନେବ ବୋଲି ଆଶା କରିଛି ଆମେରିକା । ଏବଂ ଯେପର୍ଯ୍ୟନ୍ତ ପରମାଣୁ ନିରସ୍ତ୍ରକରଣ ଉପରେ ଉତ୍ତରକୋରିଆ ଦୃଢ ପଦକ୍ଷେପ ଗ୍ରହଣ ନକରିଛି ସେ ପର୍ଯ୍ୟନ୍ତ ଆମେରିକା ତା ଉପରେ ଚାପ ପକାଇବ ବୋଲି ଆମେରିକା କହିଛି ।

ଡୋନାଲ୍ଡ ଟ୍ରମ୍ପ ଓ କିମ୍ ଜୋଙ୍ଗ ଉନଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ହେବ । ବହୁ ବାଦ ବିବାଦ ପରେ ଗତବର୍ଷ ଜୁନ୍ ୧୨ତାରିଖରେ ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏବଂ ଏହି ଭେଟ ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକାକୁ ଆଉ ପରମାଣୁ ଭୟ ନାହିଁ। ଟ୍ରମ୍ପ ଓ ଜୋଙ୍ଗଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକ ବେଶ ରୋଚକ ଓ ସକରାତ୍ମକ ଥିଲା ।

ସମ୍ବନ୍ଧିତ ଖବର