ଫ୍ଲୋରିଡାକୁ ଉଠିଯିବା ପରେ ଟ୍ରମ୍ପ୍‌ କହିଲେ: ମୁଁ ନ୍ୟୁୟର୍କକୁ ଭଲପାଏ

ଓ୍ଵାସିଂଟନ୍‌: ଏମ୍ପାୟାର୍‌ ଷ୍ଟେଟ୍‌ରୁ ତାଙ୍କର ମୂଳଘର ଫ୍ଲୋରିଡ଼ାକୁ ସ୍ଥାନାନ୍ତର କରିବାର ଦିନକ ପରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଶୁକ୍ରବାର ଦିନ ନିଜର ନ୍ୟୁୟର୍କ ପ୍ରୀତି ପ୍ରକାଶ କରିଛନ୍ତି। କିନ୍ତୁ, ସେ ନ୍ୟୁୟର୍କର ଡେମୋକ୍ରାଟିକ୍‌ ନେତାମାନଙ୍କୁ ସମାଲୋଚନା କରିଛନ୍ତି।

କେତେଗୁଡ଼ିଏ ଟୁଇଟ୍‌ରେ ଟ୍ରମ୍ପ୍‌ କହିଛନ୍ତି: ଗଭର୍ଣ୍ଣର୍‌ ଆଣ୍ଡ୍ରିଉ କ୍ୟୁଓମୋ କିଂବା ନ୍ୟୁୟର୍କ ସିଟି ମେୟର୍‌ ବିଲ୍‌ ଡି ବ୍ଲେସିଓଙ୍କ ନେତୃତ୍ୱରେ ନ୍ୟୁୟର୍କ ପୁଣି କଦାପି ମହାନ ହୋଇ ପାରିବ ନାହିଁ।

ଜୀବନବ୍ୟାପୀ ନ୍ୟୁୟର୍କର ବାସିନ୍ଦା ଥିବା ଟ୍ରମ୍ପ୍‌ ଗୁରୁବାର ଦିନ ନିଶ୍ଚିତ କରିଥିଲେ କି, ସେ ତାଙ୍କ ମୂଳଘର ଫ୍ଲୋରିଡାକୁ ସ୍ଥାନାନ୍ତର କରିଛନ୍ତି। ଏହା ତାଙ୍କର ପୁନଃନିର୍ବାଚନ ପ୍ରଚାର ଅଭିଯାନକୁ ଉପକୃତ କରାଇପାରେ। ରାଜ୍ୟର ରାଜନେତାମାନେ ତାଙ୍କ ପ୍ରତି କ୍ରୂର ଆଚରଣ ଦେଖାଇଥିବା କଥା ସେ କହିଥିଲେ।

ମାଡିସନ୍‌ ସ୍କୋୟାର୍‌ ଗାର୍ଡେନ୍‌ରେ ମିଶ୍ରିତ ମାର୍ସିଆଲ୍‌ ଆର୍ଟ ଅନୁଷ୍ଠାନରେ ଯୋଗ ଦେବା ନିମନ୍ତେ ଶନିବାର ଦିନ ଟ୍ରମ୍ପ୍‌ ନ୍ୟୁୟର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଦିନ ସେ ଟ୍ରମ୍ପ୍‌ ଟାଓ୍ଵାର୍‌ରେ ରହି ପାରନ୍ତି।

ସମ୍ବନ୍ଧିତ ଖବର