ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ମୁଖ୍ୟ ବାଗଦାଦି ସହ ତା’ର ମୁଖ୍ୟ ସହଯୋଗୀକୁ ବି ନିହତ କରିଛି ଆମେରିକା ସେନା

ଓ୍ଵାଶିଂଟନ: ସମଗ୍ର ବିଶ୍ୱ ପାଇଁ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ସାଜିଥିବା କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସ୍‌ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦି ସହ ଆମେରିକୀୟ ସେନା ବାଗଦାଦିର ମୁଖ୍ୟ ସହଯୋଗୀକୁ ବି ନିହତ କରିଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ସେ କହିଛନ୍ତି ଯେ ଅବୁ ପରେ ଯିଏ ଆଇଏସ୍‌ର ମୁଖ୍ୟ ହୋଇଥାଆନ୍ତା ସେ ମଧ୍ୟ ଆମେରିକୀୟ ସେନା ଦ୍ୱାରା ନିହତ ହୋଇଛି। ତେବେ, ଆମେରିକୀୟ ସେନା କାହାକୁ ନିହତ କରିଛି ଟ୍ରମ୍ପ ଏଯାଏ ସ୍ପଷ୍ଟ କରିନାହାନ୍ତି।

ଉଲ୍ଳେଖଯୋଗ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନ୍ୟ ଏକ ଟ୍ଵିଟ୍‌ କରି ଲେଖିଥିଲେ ଯେ ‘ଆମେ ଏହି କୁକୁରର ଫଟୋ ଦେଖାଉଛୁ, ଯିଏକି ଏକ ମହାନ କାର୍ଯ୍ୟ ସଂପାଦନା କରିଛି।’ ସେ କୁକୁରର ନାମ ସର୍ବସାଧାରଣରେ ପ୍ରକାଶ ନ କରି ଆଇଏସ୍‌ଆଇଏସ୍‌ର ମୁଖ୍ୟ ବାଗଦାଦିର ନିହତ ହେବା ପଛରେ କୁକୁରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର