ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କର ହେଇଛି କଣ ? ମଝିରେ ମଝିରେ ଟ୍ରମ୍ପଙ୍କର ହୁଏ କଣ ? ଏକଥା ସେତେବେଳେ ଉଠେ ଯେତେବେଳେ ଟ୍ରମ୍ପ ଅଜବ ଅଜବ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠେ । ସାରା ଦୁନିଆ ଜାଣିଛି ଆତଙ୍କୀସ୍ତାନ ହେଉଛି ପାକିସ୍ତାନ । ବିଶ୍ବରେ ଆତଙ୍କବାଦକୁ ଯଦି କେହି ପ୍ରୋତ୍ସାହିତ କରୁଥାଏ ତେବେ ସିଏ ହେଉଛି ପାକିସ୍ତାନ । ପହଲଗାମ୍ ନରସଂହାର ଏବଂ ଅପରେସନ ସିନ୍ଦୂର ଏହାର ପ୍ରମାଣ ଦେଇଥିବା ବେଳେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ମଧ୍ୟ କରିଥିବା ନେଇ ସବୁବେଳେ ଦାବି କରୁଥିବା ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଛି । ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ପ୍ରୀତି ଥିବା ପୂର୍ବରୁ ଜଣାଥିଲେ ବି ଏବେ ପୁଣିଥରେ ତାହା ପ୍ରମାଣିତ ହୋଇଛି ।
ଯେତେବେଳେ ଟ୍ରମ୍ପ ଭାରତକୁ ଟାରିଫ କଷି, ପାକିସ୍ତାନ ସହ ଟ୍ରେଡ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟିକ ନୀତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଭାରତ ଉପରେ ୨୫ ପ୍ରତିଶତର ଶୁଳ୍କ ଘୋଷଣା କରିବା ଠିକ୍ ପରେ ପଡ଼ୋଶୀ ପାକିସ୍ତାନ ସହ ବାଣିଜ୍ୟିକ କାରବାର ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।
We are very busy in the White House today working on Trade Deals. I have spoken to the Leaders of many Countries, all of whom want to make the United States “extremely happy.” I will be meeting with the South Korean Trade Delegation this afternoon. South Korea is right now at a…
— Trump Truth Social Posts On X (@TrumpTruthOnX) July 30, 2025
ପାକିସ୍ତାନରେ ବିଶାଳ ତୈଳ ଭଣ୍ଡାର ଖୋଲିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏପରିକି ଆଗାମୀ ଦିନରେ ତୈଳ ପାଇଁ ଭାରତ, ପାକିସ୍ତାନ ଉପରେ ନିର୍ଭର କରିବ ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦୋମୁହାଁ ନୀତିକୁ ନେଇ ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି । ଭାରତର ଶତ୍ରୁ ରାଷ୍ଟ୍ରକୁ ଟ୍ରମ୍ପ କାହିଁକି ଏତେ ଭରସା କରୁଛନ୍ତି, ତାହାକୁ ନେଇ ଉଠିଛି ପ୍ରଶ୍ନ ।
ସେପଟେ ଭାରତ ଉପରେ ୨୫% ଟାରିଫ କଷିଛନ୍ତି ଟ୍ରମ୍ପ ଯାହା ଅଗଷ୍ଟ ୧ରୁ ଲାଗୁ ହେବ । ଖାଲି ନୁହେଁ ଭାରତକୁ ଖୋଲା ଧମକ ମଧ୍ୟ ଦେଇଛନ୍ତି । ରୁଷଠୁ ଇନ୍ଧନ ଓ ଯୁଦ୍ଧାସ୍ତ୍ର କିଣିଲେ ଅଧିକ ଶୁଳ୍କ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଆମେରିକାକୁ ଭାରତର ରପ୍ତାନି ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ସେପଟେ ପେଟ୍ରୋଲିୟମ ସାମଗ୍ରୀ ନେଣଦେଣ ନେଇ ମଧ୍ୟ ଭାରତର ୬ କମ୍ପାନୀ ଉପରେ ବ୍ୟାନ୍ ଲଗାଇଛନ୍ତି ଟ୍ରମ୍ପ ।