ଆଜିଠାରୁ ସବୁଦିନ ନିଜର କୋଭିଡ-୧୯ ପରୀକ୍ଷା କରାଇବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ସହାୟକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ଟ୍ରମ୍ପ ଗୁରୁବାର ଦିନ କହିଛନ୍ତି ଯେ ସେ ପ୍ରତିଦିନ ନିଜର କୋଭିଡ -୧୯ ପରୀକ୍ଷା କରାଇବେ। ତେବେ ସାମରିକ ସହାୟକଙ୍କ ସହ ଟ୍ରମ୍ପଙ୍କର ଖୁବ୍ କମ୍ ସମ୍ପର୍କ ଥିବା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯଦିଓ ସାମରିକ ସହାୟକଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଛି, କିନ୍ତୁ ତାହା ଖୁବ କମ୍ । ମୁଁ ଜାଣେ ସେ ଜଣେ ଭଲ ବ୍ୟକ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଉପରାଷ୍ଟ୍ରପତି ମାଇକ୍ (ପେନ୍ସ) ମଧ୍ୟ ତାଙ୍କ ସହ ଖୁବ୍ କମ୍ ସମ୍ପର୍କ ରଖିଛନ୍ତି | ତେବେ ଆମେ ଦୁହେଁ ତାଙ୍କ ସମ୍ପର୍କରେ ଆସିଥିବାରୁ ଦୁହିଁଙ୍କ କୋଭିଡ ପରୀକ୍ଷା କରାଯାଇଥିଲା ସୂଚନା ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି। ଏହି କଥା ହ୍ୱାଇଟ ହାଉସର ଓଭାଲ ଅଫିସରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି।
ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ସେ, ଉପରାଷ୍ଟ୍ରପତି ଏବଂ ହ୍ୱାଇଟ ହାଉସର ଅନ୍ୟ କର୍ମଚାରୀମାନେ ପ୍ରତିଦିନ କରୋନାଭାଇରସ ପରୀକ୍ଷା କରିବେ। ମୋର ଗତକାଲି ଏବଂ ଆଜି ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି | ମାଇକଙ୍କର କେବଳ ଥରେ ପରୀକ୍ଷା କରାଯାଇଥିଲା ଏବଂ ତାହା ନେଗେଟିଭ ଆସିଛି | ଆମେ ଆଗରୁ ସପ୍ତାହରେ ଥରେ ପରୀକ୍ଷା କରୁ | କିନ୍ତୁ ଏବେ ଆମେ ଦିନକୁ ଥରେ ପରୀକ୍ଷା କରିବାକୁ ଯାଉଛୁ | ଦିନରେ ଥରେ ପରୀକ୍ଷା କରିବା ଦ୍ୱାରା କିଏ କେତେବେଳେ କରୋନା ଆକ୍ରାନ୍ତ ହେଉଛି, ତାହା ସଙ୍ଗେ ସଙ୍ଗେ ଜଣା ପଡ଼ିଯିବ ବୋଲି ସେ କହିଛନ୍ତି |