ଫ୍ଲୋରିଡା: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପଡ଼ୋଶୀ ଦେଶ କନାଡାକୁ ନେଇ ଏପରି ଏକ କଥା କହିଛନ୍ତି ଯେ ତାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାନାଡା ଆମେରିକାର ୫୧ତମ ରାଜ୍ୟ ହେଉ ବୋଲି ସେ କହିଛନ୍ତି । 

Advertisment

କଥା ହେଉଛି ଗତ ଶୁକ୍ରବାର ଫ୍ଲୋରିଡାରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରଭୋଜନ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଆମେରିକାକୁ ବେଆଇନ ପ୍ରବାସୀ ଓ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହେଲେ କାନାଡା ଉପରେ ୨୫% ଆମଦାନି ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏହାର କିଛି ଦିନ ପରେ ଟ୍ରୁଡୋ ବିନା କୌଣସି ଯୋଜନାରେ ତାଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କୁ ବୁଝାଇବା ।

ଗତ ଶୁକ୍ରବାର ଫ୍ଲୋରିଡାରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରଭୋଜନ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଆମେରିକାକୁ ବେଆଇନ ପ୍ରବାସୀ ଓ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହେଲେ କାନାଡା ଉପରେ ୨୫% ଆମଦାନି ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏହାର କିଛି ଦିନ ପରେ ଟ୍ରୁଡୋ ବିନା କୌଣସି ଯୋଜନାରେ ତାଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କୁ ବୁଝାଇବା ।

ଆମେରିକୀୟ ଗଣମାଧ୍ୟମ ସଂସ୍ଥା ଫକ୍ସ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ମାର୍-ଏ-ଲାଗୋରେ ହୋଇଥିବା ରାତ୍ରୀ ଭୋଜନ ସମୟରେ ଟ୍ରୁଡୋ ଟ୍ରମ୍ପଙ୍କୁ କହିଥିଲେ ଯେ ନୂତନ ଶୁଳ୍କ କାନାଡାର ଅର୍ଥନୀତିକୁ ଧ୍ୱଂସ କରିଦେବ । ଟ୍ରୁଡୋଙ୍କ ଉଦ୍ବେଗ ଉପରେ ନବନିର୍ବାଚିତ ରାଷ୍ଟ୍ରପତି କହିଛନ୍ତି ଯେ କାନାଡା ଆମେରିକାର ୫୧ତମ ରାଷ୍ଟ୍ର ହୋଇଯାଉ, ଶୁଳ୍କ ସମସ୍ୟା ରହିବ ନାହିଁ । ତେବେ ଟ୍ରମ୍ପ କୌତୁକରେ ଏପରି କଥା କହିଥିବା ଅନୁମାନ କରାଯାଉଛି । କିନ୍ତୁ ଏହି ବୟାନକୁ ନେଇ ଟ୍ରୁଡୋଙ୍କ ଚିନ୍ତା ବଢିଯାଇଥିବ ନିଶ୍ଚୟ ।