ଓ୍ଵାସିଂଟନ: ଯାହା ଲାଗୁଛି କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୁହେଁ, ଆମେରିକାର ସବୁ ସିନେଟର ଓ କଂଗ୍ରେସମ୍ୟାନ ପାକିସ୍ତାନ ଉପରେ ପୁରାପରି ଖପ୍ପା ଅଛନ୍ତି । ଆମେରିକାର ସିନେଟର ରାଣ୍ଡ ପଲ୍ ଶୁକ୍ରବାର ଦିନ ଏକ ଟ୍ଵିଟ୍ କଲେ ଯେ ପାକିସ୍ତାନକୁ କିଛି ଅନୁଦାନ ନୁହେଁ, ସବୁ ଅନୁଦାନ ବନ୍ଦ କରାଯାଉ । ଏହାର ଜବାବରେ ଟ୍ରମ୍ପଙ୍କ ଟ୍ଵିଟ୍ ତୁରନ୍ତ ଆସିଗଲା, ଲେଖିଥିଲେ ‘ଭଲ ଆଇଡିଆ ରାଣ୍ଡ୍’ ।
ଏକ ଭିଡିଓ ପୋଷ୍ଟ କରି ସିନେଟର ରାଣ୍ଡ୍ କହିଥିଲେ ଯେ ସେ ଖୁବଶୀଘ୍ର ଏକ ବିଲ୍ ଆଗତ କରି ପାକିସ୍ତାନକୁ ସବୁ ଆମେରିକୀୟ ଅନୁଦାନ ବନ୍ଦ ପାଇଁ ଦାବି କରିବେ । ମୋ ବିଲ୍ ମାଧ୍ୟମରେ ମୁଁ ଦାବି କରିବି ଯେ ଆମେରିକୀୟଙ୍କ ଅର୍ଥ ଆମେରିକାରେ ବିକାଶମୂଳକ କାର୍ଯ୍ୟ ପାଇଁ ବିନିଯୋଗ ହେଉ, ଅନ୍ୟ ଦେଶର ନିର୍ମାଣ ପାଇଁ ନୁହେଁ । ଆମ ପାଇଁ ଆମେରିକା ହିଁ ପ୍ରଥମ ।
Good idea Rand! https://t.co/55sqUDiC0s
— Donald J. Trump (@realDonaldTrump) January 6, 2018
ପଲ୍ କହିଛନ୍ତି ଯେ ୨୦୦୨ଠାରୁ ଆମେ ପାକିସ୍ତାନକୁ ପ୍ରାୟ ୩୩ ବିଲିୟନ ଡଲାର ଅନୁଦାନ ଦେଇସାରିଛୁ । କିନ୍ତୁ ତା ବଦଳରେ ପାଇଛୁ କ’ଣ? ଓସାମା ବିନ ଲାଡେନ ପାକିସ୍ତାନର ଏକ ସହରରେ ଲୁଚିଥିବା ସତ୍ତ୍ୱେ ପାକିସ୍ତାନ ସେହି ତଥ୍ୟ ଆମକୁ ଲୁଚାଇଥିଲା । ଆମଠାରୁ ଅନୁଦାନ ନେଇ ଆତଙ୍କବାଦୀଙ୍କୁ ବଢାଇବାରେ ବିନିଯୋଗ କରିଥିଲା ।
.@RandPaul: "I would take the money that we send to a lot of countries that aren't necessarily our friends, like Pakistan - I would redirect that money into building roads and bridges here." pic.twitter.com/edjlPK9RNC
— Fox News (@FoxNews) January 4, 2018
ଆମେରିକାର ଜାତୀୟ ପତାକା ପୋଡ଼ୁଥିବା, ଆମେରିକାର ମନ୍ଦ ପାଞ୍ଚୁଥିବା ଲୋକମାନଙ୍କୁ ଆମେ ପଇସାଟିଏ ମଧ୍ୟ ଦେବା ଉଚିତ ନୁହେଁ ।