ଭାରତ,ଚୀନକୁ ଟ୍ରମ୍ପଙ୍କ ଟାର୍ଗେଟ୍‌ – ବିକାଶଶୀଳ ଦେଶ ନାଁରେ ବହୁତ ଫାଇଦା ଉଠାଉଛ !

ଓ୍ଵାସିଂଟନ : ପୁଣି ଚୀନ ଓ ଭାରତକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର କେତେକ କୋହଳ ଆଇନର ଫାଇଦା ନେଉଛନ୍ତି ଚୀନ, ଭାରତ ପରି ଦେଶ । ସେ କହିଛନ୍ତି ଚୀନ ଓ ଭାରତ ଏବେ ଆଉ ବିକାଶଶୀଳ ଦେଶ ହୋଇ ରହିନାହାନ୍ତି, କିନ୍ତୁ ସେମାନେ ବିକାଶଶୀଳ ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଆଗକୁ ଏହା ହେବାକୁ ସେ ଦେବେ ନାହିଁ । ଗତ ଜୁଲାଇ ମାସରେ ଟ୍ରମ୍ପ ବିଶ୍ୱ ବାଣିଜ୍ୟ ସଂଗଠନକୁ ପ୍ରଶ୍ନ କରିଥିଲେ ଯେ ସେମାନେ କେଉଁ ମାନଦଣ୍ଡ ଆଧାରରେ ବିକାଶଶୀଳ ରାଷ୍ଟ୍ର ମାନ୍ୟତା ପ୍ରଦାନ କରେ ? କୌଣସି ବୃହତ ଅର୍ଥନୀତି ଯେପରି ବିକାଶଶୀଳ ଦେଶ ନାଁରେ ଫାଇଦା ନ ଉଠାଏ ତାହା ନିଶ୍ଚିତ କରିବାକୁ ସେ ଡବ୍ଲୁଟିଓରେ ଥିବା ଆମେରିକାର ପ୍ରତିନିଧିଙ୍କୁ କହିଥିଲେ ।
ବାଣିଜ୍ୟ କାରବାରକୁ ନେଇ ଗତ କିଛି ମାସ ହେଲା ଆମେରିକା ଏବଂ ଚୀନ ମଧ୍ୟରେ ତୀକ୍ତତା ବଢିଯାଇଛି । ସେହିପରି ଉଚ୍ଚ ତାରିଫକୁ ନେଇ ଭାରତ ସହିତ ମଧ୍ୟ ଆମେରିକାର ମତଭେଦ ରହିଛି ।

ସମ୍ବନ୍ଧିତ ଖବର