ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ମୃତ ଅର୍ଥନୀତି କହିବାକୁ ନେଇ ଆମ ଦେଶରେ ବିବାଦ ଜୋର ଧରିଛି । ସେପଟେ ଟ୍ରମ୍ପ ନିଜ ଦେଶକୁ ବି ଛାଡ଼ି ନାହାନ୍ତି । ସେ କହିଛନ୍ତି ଯେ ବର୍ଷକ ପୂର୍ବେ ଆମେରିକା ଏକ ମୃତ ଦେଶ ଥିଲା ଏବେ ସର୍ବୋତ୍ତମ ଦେଶରେ ପରିଣତ ହୋଇଛି । 

Advertisment

ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ, ଟ୍ରମ୍ପ କହିଛନ୍ତି ଯେ ଶୁଳ୍କ ଆମେରିକାକୁ ପୁଣି ମହାନ ଏବଂ ଧନୀ କରୁଛି। ଟ୍ରମ୍ପ ସୋସିଆଲ ଟ୍ରୁଥରେ ପୋଷ୍ଟ କରି ଦାବି କରିଛନ୍ତି ଯେ ଦଶନ୍ଧି ଧରି ଆମେରିକା ବିରୁଦ୍ଧରେ ଶୁଳ୍କକୁ ବ୍ୟବହାର କରାଯାଉଥିଲା। ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ମୂର୍ଖ ନେତାମାନଙ୍କ ଯୋଗୁଁ ଶୁଳ୍କ ଭବିଷ୍ୟତ ଏବଂ ଆମ ଦେଶର ଅସ୍ତିତ୍ୱ ଉପରେ ମଧ୍ୟ ବିନାଶକାରୀ ପ୍ରଭାବ ପକାଇଥିଲା।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି ଏବଂ ଆମେରିକା ଏହା ବିରୁଦ୍ଧରେ ଶୁଳ୍କ ବ୍ୟବହାରକୁ ସଫଳତାର ସହିତ ମୁକାବିଲା କରିଛି। ସେ କହିଛନ୍ତି, "ଏକ ବର୍ଷ ପୂର୍ବେ ଆମେରିକା ଏକ ମୃତ ଦେଶ ଥିଲା ଏବଂ ଏବେ ଏହା ବିଶ୍ୱର ସର୍ବୋତ୍ତମ ଦେଶ। ଏଥିପାଇଁ ଦେଶବାସୀଙ୍କୁ ଅଭିନନ୍ଦନ।"