ଓ୍ବାସିଂଟନ : ମେକ୍ସିକୋ ଓ ୟୁରୋପୀୟ ସଂଘ ଉପରେ ଶୁଳ୍କ ବୋମା ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ଉପରେ ୩୦ ପ୍ରତିଶତ ଶୁଳ୍କ ବସାଯାଇଛି, ଯାହାକି ଅନ୍ୟାନ୍ୟ ଶୁଳ୍କ ଉପରେ ଅତିରିକ୍ତଭାବେ ଲାଗୁ ହେବ।
ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ ଆସନ୍ତା ମାସ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ, ମେକ୍ସିକୋ ଏବଂ ୟୁରୋପୀୟ ସଂଘରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଆମେରିକାରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ମେକ୍ସିକୋ ଏବଂ ୟୁରୋପୀୟ ସଂଘକୁ ପଠାଯାଇଥିବା ଶୁଳ୍କ ପତ୍ରଗୁଡ଼ିକୁ ସେୟାର କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ ଆସନ୍ତା ମାସ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ, ମେକ୍ସିକୋ ଏବଂ ୟୁରୋପୀୟ ସଂଘରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଆମେରିକାରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ।
ଆମେରିକା ଦ୍ୱାରା ଲାଗୁ ହେବାକୁ ଥିବା ଶୁଳ୍କ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ପାର୍ଡୋ ଓ ୟୁରୋପୀୟ ସଂଘର ଅଧ୍ୟକ୍ଷା ଉର୍ସୁଲା ଭାନ ଡର ଲେନଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଦୁଇ ପତ୍ରରେ ଲେଖାଯାଇଛି ଯେ “ଅଗଷ୍ଟ ୧, ୨୦୨୫ ଠାରୁ, ଯୁକ୍ତରାଷ୍ଟ୍ର ମେକ୍ସିକୋ ଓ ୟୁରୋପୀୟ ସଂଘରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିବ, ଯାହାକି ଅନ୍ୟାନ୍ୟ ସମସ୍ତ ସେକ୍ଟରାଲ ଶୁଳ୍କ ସହିତ ଲାଗୁ ହେବ। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ୟୁରୋପୀୟ କମ୍ପାନିମାନେ ଆମେରିକାରେ କାରଖାନା ବସାନ୍ତି ତେବେ କୌଣସି ତାରିଫ ଲଗାଯିବ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/12/trump-1-2025-07-12-20-22-34.jpg)