ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ଆମେରିକାର ସଂପର୍କ ଚ୍ଛିନ୍ନ

ୱାସିଂଟନ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସମସ୍ତ ସଂପର୍କ ଚ୍ଛିନ୍ନ କରିଛି ଆମେରିକା। ଆଜି ଏଠାରେ ରା‌ଷ୍ଟ୍ରପତି ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଚୀନରୁ ଆରମ୍ଭ ‌େହାଇଥିବା କରୋନା ସଂପର୍କରେ ତଥ୍ୟକୁ ଚାପିଥିବାରୁ ସଂଗଠନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି। ସେ କହିଛନ୍ତି ଯେ ଚୀନକୁ ସାହାଯ୍ୟ କରିବାକୁ ଯାଇ ସ୍ବାସ୍ଥ୍ୟ ସଂଗଠନ ଠିକ୍ ସମୟରେ କରୋନା ସଂପର୍କରେ ସୂଚନା ନଦେବାରୁ ଆଜି ଏହା ବିଶ୍ବ ମହାମାରୀର ରୂପ ନେଇଛି ଏବଂ ଆମେରିକାରେ ଏକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେହିଭଳି ଚୀନର ହଂକଂ ନୀତିର ସମାଲୋଚନା କରି ଟ୍ରମ୍ପ୍ କହିଲେ ଯେ ଏହା ଗ୍ରହଣନୀୟ ନୁହେଁ। ଚୀନର କେତେକ ନିର୍ଦିଷ୍ଟ ଲୋକଙ୍କୁ ଆମେରିକା ପ୍ରତି ବିପଦ ଦର୍ଶାଇ ସେମାନଙ୍କର ଆମେରିକା ପ୍ରବେଶ ଉପରେ ମଧ୍ୟ ସେ କଟକଣା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର