ସଂପର୍କ ଛିନ୍ନ କରିବାକୁ ଚୀନ୍‌କୁ ଟ୍ରମ୍ପ୍‌ଙ୍କ ଧମକ

ୱାସିଂଟନ: କରୋନା ବିଶ୍ବମହାମାରୀ ଯୋଗୁଁ ଆମେରିକା ଓ ଚୀନ୍‌ ମଧ୍ୟରେ ସଂପର୍କ ତିକ୍ତ ହେବାରେ ଲାଗି ଛି ଏବଂ ଆମେରିକା ଏହା ପଛରେ ଚୀନ୍‌ ହିଁ ଦାୟୀ ବୋଲି କହି ଆସୁଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚୀନ୍‌କୁ ଧମକ ଦେଇ କହିଛନ୍ତି ଯେ ଚୀନ୍‌ ଆମକୁ ନିରାଶ କରିଛି ଏବଂ ଆବଶ୍ୟକ ହେଲେ ଆମେ ଚୀନ୍‌ ସହ ସବୁ ସଂପର୍କ ଛିନ୍ନ କରିବୁ । ଏଥିପାଇଁ ଚୀନ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଏକ ସାକ୍ଷାତକାରରେ ସେ ଆହୁରି କହିଛନ୍ତି ଯେ ଚୀନ୍‌ର ନିଷ୍କ୍ରିୟତା ଯୋଗୁଁ ହିଁ ସମଗ୍ର ବିଶ୍ବରେ ବ୍ୟାପିଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ସେ ଆଲୋଚନା କରିବାକୁ ଚାହୁ ନାହାନ୍ତି, ହେଲେ ଜିନ୍‌ପିଙ୍ଗ୍‌ଙ୍କ ସହିତ ତାଙ୍କର ସଂପର୍କ ଭଲ ଅଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଚୀନ୍‌ କରୋନା ଭୂତାଣୁର ତଦନ୍ତ ପାଇଁ ଅନ୍ତର୍ଜାତୀୟ ତଦନ୍ତ ନିମନ୍ତେ ଉହାନ ଯିବା ପାଇଁ ତଦନ୍ତକାରୀ ଟିମ୍‌କୁ ଅନୁମତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର