ଓ୍ଵାସିଂଟନ୍: ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ଜଟିଳ ସ୍ଥିତିରେ ଥିବା କଥା ମଙ୍ଗଳବାର ଦିନ ଟ୍ରମ୍ପ୍ ସ୍ୱୀକାର କରିଛନ୍ତି। ଏହା ସହ ପାଲେଷ୍ଟାଇନବାସୀଙ୍କୁ ମିଳୁଥିବା ଆମେରିକୀୟ ସହାୟତା ମଧ୍ୟ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏବେ ସହାୟତା ବାବଦରେ ପାଲେଷ୍ଟାଇନ୍ ପାଇଁ ବର୍ଷକୁ ୩୦୦ ମିଲିୟନ୍ରୁ ଊର୍ଦ୍ଧ୍ୱ ଆମେରିକୀୟ ଡଲାର୍ ଦିଆ ଯାଉଛି।
ଟୁଇଟ୍ କରି ଟ୍ରମ୍ପ୍ କହିଛନ୍ତି: ଆମେ ପାଲେଷ୍ଟାଇନ୍ବାସୀଙ୍କୁ ବର୍ଷକୁ ଶହ ଶହ ନିୟୁତ ଡଲାର୍ ଦେଉଛୁ, କିନ୍ତୁ ପ୍ରଶଂସା କି ସମ୍ମାନ କିଛି ପାଉ ନାହୁଁ।
ସେ କହିଛନ୍ତି: ପାଲେଷ୍ଟାଇନ୍ବାସୀ ଆଉ ଶାନ୍ତି କଥା ଉଠାଉ ନ ଥିବାରୁ, ଭବିଷ୍ୟତରେ ଆମେ କାହିଁକି ତାଙ୍କୁ ବିପୁଳ ଅର୍ଥ ଦେବୁ?
ଟ୍ରମ୍ପ୍ ୨୦୧୬ ମସିହା ପୂର୍ଣ୍ଣ ବଜେଟର୍ ୩୧୯ ଆମେରିକୀୟ ଡଲାର୍ କଥା କହୁଥିଲେ କି, ନାହିିଁ, ତାହା ହଠାତ୍ ସ୍ପଷ୍ଟ ହୋଇ ପାରି ନାହିଁ।
ଦୀର୍ଘ ଦିନ ହେବ ଆମେରିକା ପାଲେଷ୍ଟାଇନ୍ର କର୍ତ୍ତୃପକ୍ଷମାନଙ୍କୁ ଜରୁରୀ ଆବଶ୍ୟକ ହେଉଥିବା ବଜେଟ୍ ଏବଂ ନିରାପତ୍ତା ବାବଦରେ ସହାୟତା ଦେବା ସହ େଓ୍ଵଷ୍ଟ୍ ବ୍ୟାଙ୍କ୍ ଏବଂ ଗାଜା ଠାରେ ଜାତିସଂଘର କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ୩୦୪ ଆମେରିକୀୟ ଡଲାର୍ ଯୋଗାଇ ଦେଉଛି।