ଓ୍ବାସିଂଟନ: ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହା ପରେ ଇରାନ ପ୍ରତିଶୋଧ ନେବାକୁ ଘୋଷଣା କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ବୟାନ ଆସିଛି। ସେ ଇରାନକୁ କହିଛନ୍ତି ଯେ ସେମାନେ ପରମାଣୁ ଚୁକ୍ତି କରନ୍ତୁ, ନଚେତ୍ ଇସ୍ରାଏଲ ପାଖରେ ଅନେକ ବିପଦଜନକ ଅସ୍ତ୍ର ଅଛି। ଇରାନରେ ଯେଉଁମାନେ ଚୁକ୍ତିନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ହତ୍ୟା କରାଯାଇଛି। ଇରାନ ପାଖରେ ଏବେ ବି ସୁଯୋଗ ଅଛି। ଏବେ ଚୁକ୍ତିନାମା କର ନଚେତ୍ ଆହୁରି ବିନାଶ ହେବ।
ଇରାନରେ ଯେଉଁମାନେ ଚୁକ୍ତିନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ହତ୍ୟା କରାଯାଇଛି। ଇରାନ ପାଖରେ ଏବେ ବି ସୁଯୋଗ ଅଛି। ଏବେ ଚୁକ୍ତିନାମା କର ନଚେତ୍ ଆହୁରି ବିନାଶ ହେବ।
ଟ୍ରମ୍ପ ଏକ ପୋଷ୍ଟରେ କହିଛନ୍ତି, ମୁଁ ଇରାନକୁ ଚୁକ୍ତିନାମା କରିବାକୁ ଅନେକ ସୁଯୋଗ ଦେଇଥିଲି। ମୁଁ ଇରାନକୁ କଡ଼ା ଶବ୍ଦରେ କହିଥିଲି, ଏହାକୁ ବନ୍ଦ କରନ୍ତୁ । କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ, (ପରମାଣୁ ଅସ୍ତ୍ରର) ଯେତେ ନିକଟତର ହେଲେ ମଧ୍ୟ, ସେମାନେ ଏହାକୁ ସମ୍ପୂର୍ଣ୍ଣ କରିପାରିବେ ନାହିଁ। ମୁଁ ଏହା ମଧ୍ୟ କହିଥିଲି ଯେ ଆମେରିକା ବିଶ୍ୱର ସର୍ବୋତ୍ତମ ଏବଂ ସବୁଠାରୁ ଘାତକ ସାମରିକ ଉପକରଣ ତିଆରି କରେ ଏବଂ ଇସ୍ରାଏଲ ପାଖରେ ଏହାର ଏକ ବିପୁଳ ଷ୍ଟକ୍ ଅଛି। ଆଗାମୀ ସମୟରେ ଆହୁରି ବହୁତ କିଛି ହେବ।