ହାଉଡି ମୋଦୀ : ମିନିଟିଏ ଦୁଇମିନିଟ ନୁହେଁ, ପ୍ରାୟ ୩୦ ମିନିଟ ଧରି ଭାଷଣ ଦେବେ ଡୋନାଲ୍ଡ ଟ୍ରମ୍ପ

ହଷ୍ଟନ : ଆଉ କିଛି ଘଣ୍ଟା ପରେ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟସ ସହରରେ ଆରମ୍ଭ ହେବ ହାଉଡି ମୋଦୀ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବାବେଳେ ସଭାସ୍ଥଳରେ ଲୋକମାନେ ପହଞ୍ଚିବା ଆରମ୍ଭ କରିଛନ୍ତି । ପ୍ରାୟ ୫୦ ହଜାର ଲୋକ ଏହି ସଭାରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ଅଧଘଣ୍ଟା ଧରି ଏହି ସଭାରେ ଭାଷଣ ଦେବେ ବୋଲି ଜଣାପଡିଛି । ନିଜ ଭାଷଣରେ ସେ ଭାରତ ଆମେରିକା ସଂପର୍କ ବିଷୟରେ କହିବେ ବୋଲି ଜଣାଯାଇଛି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଟ୍ରମ୍ପ କେବଳ ଅଳ୍ପ ସମୟ ପାଇଁ ଏହି ସଭାରେ ଯୋଗ ଦେବେ । କିନ୍ତୁ ଏବେ ଜଣାପଡିଛି ଯେ ସେ ମିନିଟିଏ ଦୁଇମିନିଟ ନୁହେଁ, ପ୍ରାୟ ୩୦ ମିନିଟ ଧରି ଭାଷଣ ଦେବେ । କେବଳ ଏହି ସଭାରେ ଯୋଗଦେବାକୁ ଟ୍ରମ୍ପ ଓ୍ଵାସିଂଟନରୁ ହଷ୍ଟନକୁ ଆସୁଛନ୍ତି । ଏହା ଫଳରେ ହାଉଡି ମୋଦୀ କାର୍ଯ୍ୟକ୍ରମର ଗୁରୁତ୍ୱ ବଢିଯାଇଛି । ସାରା ବିଶ୍ୱର କୂଟନୈତିକ ମହଲରେ ଏହି ସଭାକୁ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧିତ ଖବର