ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ସସ୍ତ୍ରୀକ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଟ୍ରମ୍ପଙ୍କର ଗସ୍ତସୂଚୀ ଯାହା ରହିଛି, ତାହା ଯଦି ଅପରିବର୍ତ୍ତିିତ ରୁହେ; ତା’ହେଲେ ରାଷ୍ଟ୍ରପତି ଦମ୍ପତି ୨୪ ତାରିଖ ମଧ୍ୟାହ୍ନରେ ଅହମ୍ମଦାବାଦ ବିମାନ ବନ୍ଦରରେ ଅବତରଣ କରିବେ। ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିବା ପରେ ଅପରାହ୍ଣ ୩ଟାରେ ରାଷ୍ଟ୍ରପତି ଦମ୍ପତି ସେମାନଙ୍କ ନିଜସ୍ୱ ସରକାରୀ ବିମାନ ଏୟାର ଫୋର୍ସ ଓ୍ଵାନରେ ସବାର ହୋଇ ଆଗ୍ରା ଅଭିମୁଖେ ଉଡ଼ାଣ ଭରିବେ ଏବଂ ସେଠାରେ ତାଜମହଲ ପରିଦର୍ଶନ କରିବେ। ପରେ ସନ୍ଧ୍ୟାରେ ଆଗ୍ରାରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ ରାଷ୍ଟ୍ରପତି ଦମ୍ପତି।
୨୪ ତାରିଖ ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିିବା ପରେ ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତି ସିଧା ବିମାନ ବନ୍ଦରରୁ ଆସି ପହଞ୍ଚିବେ ଆଇଟିସି ମୌର୍ଯ୍ୟ ହୋଟେଲରେ। ହୋଟେଲରେ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି।
/sambad/media/post_attachments/wp-content/uploads/2020/02/President-Donald-Trump-ITC-Maurya-stay1.jpg)
ଏବଂ ରାଷ୍ଟ୍ରପତି ଦମ୍ପତି ସେଦିନ ରାତି ବିତାଇବେ ଆଇଟିସି ମୌର୍ଯ୍ୟର ସୁଖ୍ୟାତ ଚାଣକ୍ୟ ସୁଟ୍ରେ। ସେଥିପାଇଁ ୪,୬୦୦ ବର୍ଗଫୁଟ ବିଶିଷ୍ଟ ଆଇଟିସି ମୌର୍ଯ୍ୟର ସୁଖ୍ୟାତ ଚାଣକ୍ୟ ସୁଟ୍ର ସଂପୂର୍ଣ୍ଣ ରୂପେ ନବୀବକରଣ କରାଯାଇଛି। ପରଦା, ଚଦର ଠାରୁ ଆରମ୍ଭ କରି ଗାଲିଚା ପର୍ଯ୍ୟନ୍ତରେ ସବୁ କିଛିକୁ ପରିବର୍ତ୍ତନ କରାଯାଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ରୁଚିକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ସାଜସଜ୍ଜା ମଧ୍ୟ କରାଯାଇଛି। ଚାଣକ୍ୟ ସୁଟରେ ଗୋଟିଏ ରାତି ବିତାଇବା ପାଇଁ ଆଇଟିସି ମୋର୍ଯ୍ୟ ନେବ ୮ ଲକ୍ଷ ଟଙ୍କା।
ଉଲ୍ଲେଖଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ମଧ୍ୟ ୨୦୦୦ ମସିହାରେ ତାଙ୍କର ଭାରତ ଗସ୍ତ କାଳରେ ରାତି ବିତାଇଥିଲେ ଏହି ଆଇଟିସି ମୌର୍ଯ୍ୟର ସୁଖ୍ୟାତ ଚାଣକ୍ୟ ସୁଟ୍ରେ।