ଗ୍ରେଟା‌ ଟୁନବର୍ଗ‌୍‌ଙ୍କୁ ଟ୍ରୋଲ୍‌ କଲେ ଟ୍ରମ୍ପ୍‌

ନ୍ୟୁୟର୍କ : ସ୍ବିଡେନ୍‌ର ପରିବେଶ ସୁରକ୍ଷା ସାମାଜିକ କର୍ମୀ ଗ୍ରେଟା ଟୁନ୍‌ବର୍ଗ ଜାତିସଂଘ ଜଳବାୟୁ ସମ୍ମିଳନୀ‌‌ରେ ବିଶ୍ବ ‌‌ନେତାମାନଙ୍କ ବିଫଳତାକୁ ଯେଭଳି ଭାବେ ଉପସ୍ଥାପନା କରିଥିଲେ ତାହାକୁ ବିଭିନ୍ନ ମହଲ ପ୍ରଶଂସା କରିଛନ୍ତି। ତେବେ ଅନେକ ବ୍ୟକ୍ତି ଗ୍ରେଟାଙ୍କ ଭାଷଣକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ତାଙ୍କୁ ମାନସିକ ଅସୁସ୍ଥ ବୋଲି କହିବାକୁ ଅନେକ ପଛାଇ ନାହାନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗ୍ରେଟାଙ୍କୁ ଟ୍ରୋଲ୍‌ କରି କହିଛନ୍ତି ‘ଗ୍ରେଟା ଖୁବ୍‌ ଖୁସି ଥିବା ଲାଗୁଥିଲେ। ସେ ଏକ ଉଜ୍ଜ୍ବଳ ଏବଂ ଚମତ୍କାର ଭବିଷ୍ୟତ ଚାହୁଛନ୍ତି। ତାଙ୍କୁ ଦେଖି ଖୁବ୍‌ ଖୁସି ଲାଗିଲା!’ ଟ୍ରମ୍ପ୍‌ଙ୍କ ଏହି ଟ୍ବିଟ୍‌ ପରେ ଟୁନ୍‌ବର୍ଗ ଟ୍ରମ୍ପ୍‌ଙ୍କ ‌ଟ୍ରୋଲ୍‌ର ଉଚିତ୍‌ ଜବାବ ଦେବାକୁ ଯାଇ ଟ୍ରମ୍ପ୍‌ଙ୍କ ବ୍ୟଙ୍ଗାତ୍ମକ ଟିପ୍ପଣୀକୁ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍‌ରେ ରଖିଛନ୍ତି।

ସମ୍ବନ୍ଧିତ ଖବର