ନୂଆଦିଲ୍ଲୀ: ନୂଆବର୍ଷର ଶୁଭେଚ୍ଛା ସହ ଧମକପୂର୍ଣ୍ଣ ଟ୍ୱିଟ | ଇରାନ ପାଇଁ କିଛି ଏଭଳି ଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ ଇରାନକୁ ଚେତାବନୀ ଦେଇଛନ୍ତି । ସୂଚନାନୁସାରେ, ଇରାନର ବଗଦାଦ୍ ସ୍ଥିତ ଆମେରିକୀ ଦୂତାବାସ ବାହାରେ ହଜାର ହଜାର ସଂଖ୍ୟକ ଇରାନ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ପଥର ଫୋପାଡି, ଦୂତାବାସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।
....Iran will be held fully responsible for lives lost, or damage incurred, at any of our facilities. They will pay a very BIG PRICE! This is not a Warning, it is a Threat. Happy New Year!
— Donald J. Trump (@realDonaldTrump) December 31, 2019
ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଇରାନକୁ ଧମକ ଦେବା ସହ କହିଛନ୍ତି , ଆମେରିକା ଦୂତାବାସରେ ରହୁଥିବା କୌଣସି ସଦସ୍ୟଙ୍କର ଯଦି କିଛି କ୍ଷତି ହୁଏ ତେବେ ପରିଣାମ ଖୁବ୍ ଗମ୍ଭୀର ହେବ । ଏହାକୁ ଚେତାବନୀ ନୁହଁ, ଧମକ ଭାବନ୍ତୁ ବୋଲି ଲେଖିଛନ୍ତି । ଏହା ସହ ଟ୍ରମ୍ପ୍ ନବବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ତେବେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଇରାନସ୍ଥିତ ଆମେରିକୀ ଦୂତାବାସ ସୁରକ୍ଷିତ ଥିବା କହିଛନ୍ତି । ଯବାନମାନଙ୍କୁ ଦୂତାବାସ ଚାରିପାଖରେ ନିୟୋଜିତ କରାଯାଇଛି । ଏଥି ସହିତ ସେ ଇରାନର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନେ ଘଟଣା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।