ନୂଆଦିଲ୍ଲୀ: ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ବାଇଡେନ୍ ନିର୍ବାଚିତ ହୋଇଥିବା କଥା ପ୍ରଥମ ଥର ଲାଗି ରାଷ୍ଟ୍ରପତି ଟ୍ରମ୍ପ୍ ସ୍ବୀକାର କରିଥିବା ଭଳି ତାଙ୍କ ଟୁଇଟ୍ରୁ ଜଣାପଡ଼ିଛି। ରବିବାର ଦିନ ସେ ଟୁଇଟ୍ କରିଛନ୍ତି ଯେ, ନିର୍ବାଚନରେ ଜାଲିଆତି ହୋଇଥିବା କାରଣରୁ ‘ଡେମୋକ୍ରାଟ୍’ ବିଜୟୀ ହୋଇଛନ୍ତି।
କାହିଁକି ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀଙ୍କର ବିଜୟ ହେଲା ତାହାର ମଧ୍ୟ ଗୁଡ଼ାଏ କାରଣ ଟ୍ରମ୍ପ୍ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ଭୋଟ୍ ନିରୀକ୍ଷକମାନଙ୍କୁ ଛଡ଼ା ଗଲାନାହିଁ। ଦୁର୍ନାମ ଏବଂ ନିମ୍ନମାନର ଉପକରଣ ଥିବା ଘରୋଇ ବାମପନ୍ଥୀ କମ୍ପାନି ‘ଡୋମିନିଅନ୍’ଦ୍ବାରା ଭୋଟ୍ ଟାବ୍ୟୁଲେଟ୍ କରାଗଲା, ଯାହା ମୁଁ ବିପୁଳ ସଂଖ୍ୟାରେ ଜିଣିଥିବା ଟେକ୍ସାସ୍ ପାଇଁ ମଧ୍ୟ ଯୋଗ୍ୟ ହେଲାନାହିଁ। ତା’ ସାଙ୍ଗକୁ ପୁଣି ମିଥ୍ୟାଚାରୀ ଓ ନିରବ ଗଣମାଧ୍ୟମ ଏବଂ ଆହୁରି ଅନେକ କିଛି!
/sambad/media/post_attachments/wp-content/uploads/2020/11/Donald-Trump.jpg)
ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଭୋଟିଙ୍ଗ୍ ମେସିନ୍ ଯୋଗାଉଥିବା ଏହି କମ୍ପାନୀ ‘ଡୋମିନିଅନ୍ ଭୋଟିଙ୍ଗ୍’ ବିରୋଧରେ ପୂର୍ବରୁ ମଧ୍ୟ ଟ୍ରମ୍ପ୍ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ସମଗ୍ର ଦେଶରେ ଉକ୍ତ କମ୍ପାନି ତାଙ୍କର ୨.୭ ନିୟୁତ ଭୋଟ୍ ଡିଲିଟ୍ କରି ଦେଇଛି ଏବଂ ପେନ୍ସିଲ୍ଭାନିଆରେ ତାଙ୍କ ସପକ୍ଷରେ ଦିଆଯାଇଥିବା ୨୨୧,୦୦୦ ଭୋଟ୍ ବାଇଡେନ୍ଙ୍କ ସପକ୍ଷରେ ପରିବର୍ତ୍ତନ କରିଛି।
କିନ୍ତୁ, କମ୍ପାନି ଏକ ବିବୃତିରେ ଭୋଟ୍ ଅଦଳବଦଳ କିଂବା ସଫ୍ଟୱେର୍ ସମସ୍ୟା ଅଭିଯୋଗକୁ ଅସ୍ବୀକାର କରିଥିଲା।