କୋଭିଡ୍-୧୯ ଚିକିତ୍ସା ନିମନ୍ତେ ମ୍ୟାଲେରିଆ ଔଷଧ ଉପରୁ ରପ୍ତାନି କଟକଣା ଉଠାଇବାକୁ ମୋଦୀଙ୍କୁ ଅନୁରୋଧ କଲେ ଟ୍ରମ୍ପ୍

ୱାସିଂଟନ୍: କୋଭିଡ୍-୧୯ ଚିକିତ୍ସା ନିମନ୍ତେ ମ୍ୟାଲେରିଆ ଔଷଧ ଉପରୁ ରପ୍ତାନି କଟକଣା ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ଅନୁରୋଧ କରିଥିବା କଥା କହିଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେ ବିପୁଳ ପରିମାଣରେ “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ଉତ୍ପାଦନ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଭାରତରେ ଏବେ ଏହା କରୋନାଭାଇରସ ସଂକ୍ରମିତଙ୍କ ଠାରେ ବ୍ୟବହୃତ ହେଉଥିବାରୁ ମାର୍ଚ ୨୫ ତାରିଖ ଦିନ ସରକାର ଏହାର ରପ୍ତାନି ଉପରେ କଟକଣା ଲାଗୁ କରିଥିଲେ । କିନ୍ତୁ, ଏହି ଔଷଧ ପାଇଁ ଭାରତୀୟ ଔଷଧ କମ୍ପାନିଗୁଡ଼ିକୁ ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ବରାଦ ଦେଇଥିଲା । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଯେ ବରାଦ ଔଷଧ ଉପରୁ ରପ୍ତାନି କଟକଣା ଉଠାଇବାକୁ ସେ ମୋଦୀଙ୍କୁ ଫୋନ୍ କରି ଅନୁରୋଧ କରିଥିଲେ । କଟକଣା ଉଠାଇବାକ କଥା ସେମାନେ ଗରୁତର ସହ ବିଚାର କରୁଛନ୍ତି ।

Image Source: India Today

ଟ୍ରମ୍ପ୍ ଫୋନ୍ କରିଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଥିଲେ ବି, ସେ ଏ ଭଳି ଅନୁରୋଧ କରିଥିବା କଥା ଜଣାଇ ନ ଥିଲେ । ସେ କେବଳ ଉଲ୍ଲେଖ କରିଥିଲେ ଯେ ଉଭୟଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହେଲା । କୋଭିଡ୍-୧୯ ଲଢ଼େଇରେ ଭାରତ-ଆମେରିକା ଯୋଡ଼ି ପୂରା ଦମ୍ ଲଗାଇବେ ।

ସମ୍ବନ୍ଧିତ ଖବର