ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୬ବର୍ଷ ପରେ ସାକ୍ଷାତ କରିଛନ୍ତି।ଦୁହେଁ ଶେଷ ଥର ପାଇଁ ୨୦୧୯ରେ ସାକ୍ଷାତ କରିଥିଲେ। ଶୁଳ୍କ ଲାଗୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ଏବେ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କ ସାକ୍ଷାତ ସବୁ ବିବାଦର ଅନ୍ତ ଘଟାଇବ ବୋଲି ଚର୍ଚ୍ଚା ହେଉଛି। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରିଛନ୍ତି। ଏହି ସମୟରେ ଟ୍ରମ୍ପ, ଜିନ୍ପିଙ୍ଗଙ୍କୁ ଜଣେ ମହାନ ନେତା ବୋଲି କହିଛନ୍ତି।
ବୈଠକ ପରେ ଟ୍ରମ୍ପ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଆମେ ପୂର୍ବରୁ ଅନେକ ବିଷୟରେ ସହମତ ହୋଇଛୁ ଏବଂ ଆଗକୁ ଆହୁରି ଅନେକ ବିଷୟରେ ସହମତିରେ ପହଞ୍ଚିବୁ। ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ମହାନ ଦେଶର ଜଣେ ମହାନ ନେତା, ଏବଂ ମୁଁ ବିଶ୍ୱାସ କରୁଛି ଆମ ମଧ୍ୟରେ ଏକ ଦୀର୍ଘକାଳୀନ ଭଲ ସମ୍ପର୍କ ରହିବ। ତାଙ୍କ ସହିତ ସାକ୍ଷାତ କରିବା ଏକ ସମ୍ମାନର କଥା।"
ଚୀନ୍ ଏବଂ ଆମେରିକା ମଧ୍ୟରେ ଶୁଳ୍କ ବିବାଦର ଅନ୍ତ ହେବ କି?
ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ସାକ୍ଷାତ ହୋଇଛି। ଏବେ ଆଶା କରାଯାଉଛି ଯେ, ଚୀନ୍ ଏବଂ ଆମେରିକା ମଧ୍ୟରେ ଶୁଳ୍କ ସମସ୍ୟାର ସମାଧାନ ହୋଇପାରେ। ଟ୍ରମ୍ପ କହିଛନ୍ତି, "ଆଜି ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ।"
ଟ୍ରମ୍ପ ଚୀନ୍ ଉପରେ ଶୁଳ୍କ ବୃଦ୍ଧି କରିବା ପରେ, ସି ଜିନପିଙ୍ଗ ଆମେରିକାଠାରୁ ସୋୟାବିନ କିଣିବା ବନ୍ଦ କରିଦେଇଥିଲେ, ଯାହା ଫଳରେ ଆମେରିକୀୟ ଚାଷୀମାନେ କ୍ଷତି ସହୁଥିଲେ। ଶୁଳ୍କ ସାମଗ୍ରିକ ବାଣିଜ୍ୟକୁ ପ୍ରଭାବିତ କରୁଥିଲା। ଏବେ ଦୁଇ ଦେଶର ନେତା ପରସ୍ପରକୁ ଭେଟିବା ପରେ ଏହାର ସମାଧାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆହୁରି ପଢ଼ନ୍ତୁ: Fire mishap at Saptasati Vihar: ପଳାସୁଣୀ ସପ୍ତସତୀ ବିହାରରେ ଅଗ୍ନିକାଣ୍ଡ: ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/30/trump-2025-10-30-09-45-58.jpg)