ଵାସିଂଟନ : ଆଗାମୀ ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବିଡେନ୍ଙ୍କ ଆଭିମୁଖ୍ୟରେ ମତପାର୍ଥକ୍ୟ ଥାଇପାରେ, ମାତ୍ର ଉଭୟ ଗୋଟିଏ ପ୍ରସଙ୍ଗରେ ଏକମତ ହୋଇଛନ୍ତି। ଆଗାମୀ ନିର୍ବାଚନ ଦୁର୍ନୀତିପୂର୍ଣ୍ଣ ହେବ ବୋଲି ଉଭୟ ସ୍ବୀକାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପ୍ ଏବଂ ତାଙ୍କର ରିପବ୍ଲିକାନ୍ ସମର୍ଥକମାନେ କୋଭିଡ୍ ପରିପ୍ରେକ୍ଷୀରେ ଡାକ ମାଧ୍ୟମରେ ଭୋଟ ଏବଂ ଆଗୁଆ ମତଦାନ ପ୍ରକ୍ରିୟାକୁ ବିରୋଧ କରୁଥିବା ବେଳେ ତାହାକୁ ଡେମୋକ୍ରାଟିକ୍ ପ୍ରାର୍ଥୀ ବିଡେନ୍ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏହାଦ୍ବାରା ଟ୍ରମ୍ପ୍ ବ୍ୟାପକ ଦୁର୍ନୀତିକୁ ପ୍ରଶ୍ରୟ ଦେବେ ବୋଲି ବିଡେନ୍ ମଙ୍ଗଳବାର ନିଜର ସମର୍ଥକ ଏବଂ ପୃଷ୍ଠପୋଷକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଅଭିଯୋଗ କରିଛନ୍ତି। ତେଣୁ ଏବେଠାରୁ ପ୍ରତି ସେକେଣ୍ଡ୍ରେ ମଧ୍ୟ ସତର୍କ ରହିବାକୁ ସେ ନିଜ ସମର୍ଥକମାନଙ୍କୁ ପରାମର୍ଶ କରିଛନ୍ତି। ସେହିପରି ପୂର୍ବରୁ ଟ୍ରମ୍ପ୍ ମଧ୍ୟ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଏପରି ଡାକ ମାଧ୍ୟମରେ ମତଦାନ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେବ ବୋଲି ଆଶଙ୍କା ରହିଛି। କାରଣ ଏହି ପ୍ରକ୍ରିୟାରେ ବିଦେଶରେ ଅସଂଖ୍ୟ ଜାଲ୍ ଭୋଟରଙ୍କ ଭୂମିକା ଉପରେ ସେ ସନ୍ଦେହ ପ୍ରକଟ କରିଥିଲେ। ଅପରପକ୍ଷେ, ଏପରି ଡାକ ଭୋଟରେ ଅନେକ ଅନୁପସ୍ଥିତ ଭୋଟରଙ୍କ ସ୍ଥାନରେ ନକଲି ଭୋଟରଙ୍କୁ ଧରି ଟ୍ରମ୍ପ୍ ନିଜେ ଗତ ମାର୍ଚ୍ଚରେ ନିଜ ରିପବ୍ଲିକାନ୍ ପ୍ରାଥମିକ ମତଦାନ ପ୍ରକ୍ରିୟା ସୁଦୃଢ଼ କରିଛନ୍ତି ବୋଲି ବିଡେନ୍ ଅଭିଯୋଗ ଆଣିଛନ୍ତି। ତେବେ ଦୁଇ ଜଣ ଯାକ ପ୍ରତିଦ୍ବନ୍ଦ୍ବୀ ଏପରି ବକ୍ତବ୍ୟ ଦେଇ ସାଧାରଣ ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଇଥିବା ଆଲୋଚନା ହେଉଛି।
ନିର୍ବାଚନରେ ଦୁର୍ନୀତିକୁ ଟ୍ରମ୍ପ୍-ବିଡେନ୍ଙ୍କ ସ୍ବୀକାର
/sambad/media/post_attachments/wp-content/uploads/2020/07/trump.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)