ଓ୍ବାସିଂଟନ ଡିସି : ନିଜର ବାହାପିଆ କଥା ପାଇଁ ପ୍ରସିଦ୍ଧ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ ପରମାଣୁ ବୋମା ସଂଖ୍ୟା କମାଇବାକୁ ସେ ରୁଷ ଓ ଚୀନ ସହ କଥା ହେବାକୁ ଚାହୁଁଛନ୍ତି । ଯଦି ଆମେରିକା ସମେତ ରୁଷ ଓ ଚୀନ ପରମାଣୁ ବୋମା ସଂଖ୍ୟା କମାଇବେ ତେବେ ହଜାର ହଜାର କୋଟି ଟଙ୍କା ସଂଚୟ ହେବ ।

Advertisment

ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ କହିଥିଲେ ଯେ ଆମ ସମସ୍ତଙ୍କ ପାଖରେ ଅନେକ ପରମାଣୁ ବୋମା ରହିଛି । ଏବେ ସମସ୍ତଙ୍କ ପାଖରେ ଏତେ ସଂଖ୍ୟକ ପରମାଣୁ ବୋମା ରହିଛି ଯେ ତାହା ପୃଥିବୀକୁ ୫୦-୧୦୦ ଥର ଧ୍ବଂସ କରିପାରିବ । ଏହା ସତ୍ତ୍ବେ ପ୍ରତିବର୍ଷ ଶହ ଶହ କୋଟି ଡଲାର ବ୍ୟୟ କରି ନୂଆ ନୂଆ ପରମାଣୁ ଅସ୍ତ୍ର ତିଆରି କରାଯାଉଛି । ଆମେ ବି ତିଆରି କରୁଛୁ, ସେମାନେ ବି ତିଆରି କରୁଛନ୍ତି । 

ଟ୍ରମ୍ପ ଅଟକଳ କରିଛନ୍ତି ଯେ ଚୀନ ଯେଉଁ ହାରରେ ପରମାଣୁ ବୋମା ତିଆରି କରୁଛି, ଆସନ୍ତା ୫-୬ ବର୍ଷରେ ଏହି ସଂଖ୍ୟା ଆମେରିକା ଓ ରୁଷ ସହିତ ସମାନ ହୋଇଯିବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମେ ଏହି ବାବଦରେ କରୁଥିବା ଖର୍ଚ୍ଚ ଅନ୍ୟ ଉତ୍ପାଦକତା ବିଶିଷ୍ଟ କ୍ଷେତ୍ରରେ ବ୍ୟୟ କରିବା ତେବେ ଆମେ ବହୁତ କିଛି ହାସଲ କରିପାରିବା । ଟ୍ରମ୍ପ ଅଟକଳ କରିଛନ୍ତି ଯେ ଚୀନ ଯେଉଁ ହାରରେ ପରମାଣୁ ବୋମା ତିଆରି କରୁଛି, ଆସନ୍ତା ୫-୬ ବର୍ଷରେ ଏହି ସଂଖ୍ୟା ଆମେରିକା ଓ ରୁଷ ସହିତ ସମାନ ହୋଇଯିବ ।