ଓ୍ଵାସିଂଟନ: ଉତ୍ତର କୋରିଆକୁ ନିୟନ୍ତ୍ରଣ କରିବାରେ ଚୀନ୍ ବ୍ୟର୍ଥ ହୋଇଥିବାରୁ ଏବେ ଆମେରିକା ନୂଆ ରଣନୀତି ଆପଣାଇଛି। ଉତ୍ତର କୋରିଆକୁ ସବୁ ଦିଗରୁ ଘେରିବା ପାଇଁ ଚୀନ୍ ଏବେ ଜାପାନକୁ ଆଗକୁ ଆଣିଛି। ଉତ୍ତର କୋରିଆ ବିରୋଧରେ କଠୋର କଟକଣାଠାରୁ ଆରମ୍ଭ କରି ସାମରିକ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଜାପାନ ହିଁ ଅଗ୍ରଣୀ ରହି ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ କହିଛନ୍ତି। ଚୀନ୍ର ଦୋମୁହାଁ ନୀତିର ମୁକାବିଲା ପାଇଁ ଆମେରିକା ଏବେ ଜାପାନ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପସନ୍ଦ କରିଛି। ଉତ୍ତର କୋରିଆକୁ ନିୟନ୍ତ୍ରଣରେ ରଖିବା ପାଇ ଚୀନ୍ ଆନ୍ତରିକ ଆଗ୍ରହ ଦେଖାଇନାହିଁ, କେବଳ ଜାତିସଂଘ ଚାପରେ କିଛି ଆର୍ଥିକ କଟକଣା ଲାଗୁ କରିଛି। ଏଥିରେ ଆମେରିକା କ୍ଷୁବ୍ଧ ହୋଇଛି ଏବଂ ଉତ୍ତର କୋରିଆକୁ ସବୁଦିଗରୁ ଘେରିବା ପାଇଁ ଜାପାନ ହିଁ ଆମେରିକାର ପ୍ରମୁଖ ଅଂଶୀଦାର ରାଷ୍ଟ୍ର ଭାବେ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଆଜିଠାରୁ ଟ୍ରମ୍ପ୍ଙ୍କ ଚୀନ୍, ଜାପାନ ଏବଂ ଦକ୍ଷିଣ କୋରିଆ ଗସ୍ତ ଆରମ୍ଭ ହେଉଥିବା ବେଳେ ଚୀନ୍କୁ ବଡ଼ ଝଟ୍କା ଦେଇଛି ଆମେରିକା। ଆମେରିକାରେ ଥିବା ଚୀନ୍ର ବ୍ୟାଙ୍କ ଅଫ୍ ଡାନ୍ଡୋଙ୍ଗ୍ ସହ କାରବାରକୁ ନିଷିଦ୍ଧ ଘୋଷଣା କରାଯାଇଛି ।
ଉତ୍ତର କୋରିଆ ବିରୋଧରେ ଜାପାନ ପଦକ୍ଷେପ ନେବ
ଚୀନ୍କୁ ଟ୍ରମ୍ପ୍ଙ୍କ ଚେତାବନୀ
/sambad/media/post_attachments/wp-content/uploads/2017/11/NBT-image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)