ଦୁବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ସାଉଦି ଆରବକୁ ଦାୟୀ କରିଛନ୍ତି। ଏ ନେଇ ସାଉଦି ଆରବକୁ ଚେତବାନୀ ଦେଇ ସେ କହିଛନ୍ତି, ଆମେରିକାର ସାମରିକ ସହଯୋଗ ଯୋଗୁ ସାଉଦି ରାଜା ତିଷ୍ଠି ରହିଛନ୍ତି। ଯଦି ଏହି ସମର୍ଥନ ହଟିଯାଏ, ତେବେ ସାଉଦି ରାଜା ଦୁଇ ସପ୍ତାହ ବି ତିଷ୍ଠି ରହିପାରିବେନି। ଉଲ୍ଲେଖଯୋଗ୍ୟ, ତୈଳ ରପ୍ତାନିକାରୀ ରାଷ୍ଟ୍ର (ଓପେକ୍) ଏବଂ ସାଉଦି ଆରବ ତୁରନ୍ତ ତେଲ ଦର କମାନ୍ତୁ ବୋଲି ଟ୍ରମ୍ପ୍ ଦାବି କରିଆସୁଛନ୍ତି। କିନ୍ତୁ ସେମାନେ ଏ ନେଇ କର୍ଣ୍ଣପାତ କରୁନାହାନ୍ତି। ଆଜି ଟ୍ରମ୍ପ୍୍ ପୁଣି ସାଉଦି ଆରବ ଉପରେ ଚାପ ପକାଇବାକୁ ଯାଇ ଏଭଳି ନାଲିଆଖି ଦେଖାଇଛନ୍ତି। ଏକ କାର୍ଯ୍ୟକ୍ରମେର ଲୋକଙ୍କୁ ଉଦ୍ବୋଧନ ଦେଇ ଟ୍ରମ୍ପ୍ କହିଛନ୍ତି, ଆମେ ସାଉଦି ରାଜା ସଲମନଙ୍କୁ ବହୁତ ଭଲପାଉ, ତାଙ୍କୁ ସାମରିକ ସୁରକ୍ଷା ଯୋଗାଇଦେଉଛୁ। କୌଣସି ମୂଲ୍ୟ ନେନଇ ଆମେ ଏହି ସୁରକ୍ଷା ଯୋଗାଉଛୁ। ଯଦି ଆମେ ଏହାକୁ ପ୍ରତ୍ୟାହାର କରିନେଉ, ତେବେ ସାଉଦି ରାଜା ଦୁଇ ସପ୍ତାହ ତିଷ୍ଠି ରହିପାରିବେ ନାହିଁ। ଗତ ଶନିବାର ଟ୍ରମ୍ପ୍ ଓ ସାଉଦି ରାଜା ସଲମନ୍ ଫୋନ୍ ଯୋଗେ ତୈଳ ବଜାରରେ ସ୍ଥିରତା ଆଣିବା ବାବଦରେ କଥା ହୋଇଥିଲେ। ତୈଳ ଦର ଖୁବ୍ଶୀଘ୍ର ବ୍ୟାରେଲ୍ ପିଛା ୧୦୦ ଡଲାର ଛୁଇଁବ ବୋଲି ଆଶଙ୍କା କରାଯାଉଛି।
ସାଉଦି ଆରବକୁ ଟ୍ରମ୍ପ୍ଙ୍କ ନାଲିଆଖି
ଆମେରିକା ସମର୍ଥନ ବିନା ୨ ସପ୍ତାହ ତିଷ୍ଠିବେନି ରାଜା ସଲମନ୍
/sambad/media/post_attachments/wp-content/uploads/2018/10/Trump-Salman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)