ନୂଆଦିଲ୍ଲୀ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏଭଳି ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିବା ବେଳେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଏହା ସତ୍ତ୍ବେ ବି ହମାସ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରୁଛି ଇସ୍ରାଏଲ। ଏହି ଅଭିଯୋଗ ପରେ ଏବେ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଅନେକ ବର୍ଷ ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିଛି
ଓଭାଲ ଅଫିସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, "ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ଆମେ ମଧ୍ୟପ୍ରାଚ୍ୟରେ ଶାନ୍ତି ଦେଖିଛୁ। ଆମେ ହମାସ ସହିତ ଏକ ଚୁକ୍ତି କରିଛୁ ଯେ, ସେମାନେ ଶାନ୍ତି ବଜାୟ ରଖିବେ ଏବଂ ନିଜର ଆଚରଣ ଠିକ କରିବେ। ଯଦି ସେମାନେ ଏଭଳି ନକରନ୍ତି, ତେବେ ଆମେ ସେମାନଙ୍କୁ ମୂଳପୋଛ କରିଦେବୁ। ସେମାନେ ଏହା ଭଲଭାବେ ଜାଣନ୍ତି।"
President Trump is not playing games with Hamas.
— Benny Johnson (@bennyjohnson) October 20, 2025
Listen to this scorching warning he just sent them:
“They're going to behave. They're going to be nice. And if they're not, we're going to go and we're going to eradicate them if we have to. They'll be eradicated.”
“They got… pic.twitter.com/77cPDdwV2M
ସେ ହମାସକୁ ଅତୀତରେ କରିଥିବା ହିଂସା ପାଇଁ ଆକ୍ଷେପ କରି ଦାବି କରିଛନ୍ତି ଯେ, "ଏହି ଗୋଷ୍ଠୀ ଆଉ ଇରାନ କିମ୍ବା ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ସମାନ ସ୍ତରର ସମର୍ଥନ ପାଉନାହିଁ। ସେମାନେ ବହୁତ ହିଂସାତ୍ମକ ଲୋକ ଏବଂ ବହୁତ ଲୋକଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଏବେ ସେମାନଙ୍କୁ ଆଉ ଇରାନର ସମର୍ଥନ ମିଳୁନାହିଁ। ତେଣୁ ସେମାନଙ୍କୁ ଭଲ ଆଚରଣ କରିବାକୁ ପଡିବ। ଯଦି ସେମାନେ ନିୟମ ନମାନନ୍ତି ତେବେ ସେମାନଙ୍କୁ ମୂଳଫୋଛ କରିଦିଆଯିବ।"
donald-trump