ୱାସିଂଟନ୍ : ଆଗାମୀ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ କରୋନା ସଂକ୍ରମିତ ଥିବାରୁ ନିର୍ବାଚନ ନେଇ ବିଭିନ୍ନ ଦ୍ବନ୍ଦ୍ବ ଉପୁଜିଛି। ନିକଟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ବିତର୍କ ସରିଛି। ଆସନ୍ତା ସପ୍ତାହରେ ପୁଣି ଦ୍ବିତୀୟ ବିତର୍କ ଅଛି। କିନ୍ତୁ ଦ୍ବିତୀୟ ବିତର୍କ ହେବ କି ନା' ତାହା ସ୍ପଷ୍ଟ ହୋଇପାରିନି। ଡିମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଟ୍ରମ୍ପ୍ଙ୍କ ସହ ଦ୍ବିତୀୟ ବିତର୍କକୁ ବିରୋଧ କରିଛନ୍ତି। ବାଇଡେନ୍ କହିଛନ୍ତି, ଯଦି ଟ୍ରମ୍ପ୍ ଏବେ ବି କରୋନା ସଂକ୍ରମିତ ଥାଆନ୍ତି ତେବେ ଆମେ ଦ୍ବିତୀୟ ବିତର୍କ କରିବା ଉଚିତ୍ ନୁହେଁ। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୩ଟି ବିତର୍କ ହୋଇଥାଏ। ପ୍ରଥମ ବିତର୍କ ସେପ୍ଟେମ୍ବର ୨୯ରେ ହୋଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ବିତୀୟ ବିତର୍କ ଅକ୍ଟୋବର ୧୫ ତାରିଖରେ ମିଆମିରେ ଅଛି। ତେବେ ଶେଷ ବିତର୍କ ଅକ୍ଟୋବର ୨୨ ତାରିଖରେ ନାଶଭିଲେରେ ଅଛି। ବାଇଡେନ୍ କହିଛନ୍ତି କରୋନା ମହାମାରୀ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍। ବହୁତ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଗୁରୁତର ସମସ୍ୟା। ତେଣୁ ଡାକ୍ତରମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କାମ କରିବେ ବୋଲି କହିଛନ୍ତି।
ଟ୍ରମ୍ପ୍ ସଂକ୍ରମିତ ଥିଲେ ଦ୍ୱିତୀୟ ବିତର୍କ ହେବା ଉଚିତ୍ ନୁହେଁ : ବାଇଡେନ୍
/sambad/media/post_attachments/wp-content/uploads/2020/10/trump-biden.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)