ମଙ୍ଗଳବାର ଗିରଫ ହେବେ ଟ୍ରମ୍ପ୍‌!

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ମଙ୍ଗଳବାର ଗିରଫ ହେବେ ‌ବୋଲି ଅନୁମାନ କରିଛନ୍ତି । ଟ୍ରମ୍ପ୍‌ ତାଙ୍କ ଟ୍ରୁଥ୍‌ ସୋସିଆଲ ପ୍ଲାଟଫର୍ମରେ ଏନେଇ ଏକ ପୋଷ୍ଟ୍‌ କରିଛନ୍ତି। ଏହି ପୋଷ୍ଟ୍‌ କରିବା ସହ ଟ୍ରମ୍ପ୍‌ ତାଙ୍କ ସମର୍ଥକମାନଙ୍କୁ ଆନ୍ଦୋଳନ କରିବାପାଇଁ କହିଛନ୍ତି। ମାନହଟ୍ଟନ ଜିଲ୍ଲା ଏଟର୍ଣ୍ଣି ଅଫିସରୁ ପ୍ରଘଟ ‌ହୋଇଥିବା ସୂଚନା ଅନୁଯାୟୀ ଟ୍ରମ୍ପ୍‌ ଏହି ଟିପ୍ପଣୀ ଦେଇଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଷ୍ଟର୍ମି ଡାନିଏଲ୍‌ସଙ୍କୁ କରାଯାଇଥିବା ୧୩୦,୦୦୦ ଡଲାରର ପେମେଣ୍ଟ୍‌ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଟ୍ରମ୍ପ୍‌ ଗିରଫ ହୋଇପାରନ୍ତି। ଷ୍ଟର୍ମିଙ୍କ ପ୍ରକୃତ ନାମ ହେଉଛି ଷ୍ଟେଫାନି କ୍ଲିଫର୍ଡ। ଡାନିଏଲ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ସମ୍ପର୍କ ଥିଲା। ତେବେ ସେ ଏହି କଥା ସର୍ବସାଧାରଣରେ ପ୍ରଘଟ କରିଦେବେ ବୋଲି ଧମକ ଦେଇଥିଲେ। ‌

ସମ୍ବନ୍ଧିତ ଖବର