ପର୍ଣ୍ଣ ଷ୍ଟାରଙ୍କୁ ପ୍ରାୟ ୩୩ ଲକ୍ଷ ଟଙ୍କା ଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ପ୍ରାୟ ୩୩ ଲକ୍ଷ ଟଙ୍କା ଦେବାକୁ ଆମେରିକାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟର୍ମୀ ଡାନିଏଲ୍ସ ନାମକ ଏହି ପର୍ଣ୍ଣ ଷ୍ଟାର କହିଛନ୍ତି ଯେ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ ଥିଲା। ତେବେ ଟ୍ରମ୍ପ ଏହାକୁ ଅସ୍ୱୀକାର କରିଥିଲେ। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ୪୧ ବର୍ଷିୟ ଷ୍ଟର୍ମୀ ଡାନିଏଲ୍ସ ଟ୍ରମ୍ପଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ । ପରେ ତାଙ୍କ ମାମଲା ବନ୍ଦ ହୋଇଯାଇଥିଲା।

ବର୍ତ୍ତମାନ କୋର୍ଟ କହିଛନ୍ତି ଯେ ଶୁଣାଣି ସମୟରେ ଡାନିଏଲ୍ସଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିବା ଟଙ୍କା ଟ୍ରମ୍ପଙ୍କୁ ଦେବାକୁ ପଡିବ। କାଲିଫର୍ଣ୍ଣିଆ କୋର୍ଟ ଟ୍ରମ୍ପଙ୍କୁ ୩୩ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ଷ୍ଟର୍ମୀ ଡାନିଏଲ୍ସ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଆଉ ଗୋଟିଏ ବିଜୟ ହୋଇଛି!’| ଟ୍ରମ୍ପଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ଷ୍ଟର୍ମୀ ଡାନିଏଲ୍ସ ମଧ୍ୟ ଏକ ପୁସ୍ତକ ଲେଖିଥିଲେ |


ଯେଉଁଥିରେ ସେ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଲେଖିଥିଲେ। ଟ୍ରମ୍ପଙ୍କ ସହ ହୋଇଥିବା ସମ୍ପର୍କ ପରେ ଚୁପ୍ ରହିବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିବା ଡାନିଏଲ୍ସ ଲେଖିଥିଲେ । ଏଥିପାଇଁ ଏକ ଚୁକ୍ତିନାମା ହୋଇଥିଲା। ଟ୍ରମ୍ପଙ୍କ ଓକିଲ ତାଙ୍କୁ ପ୍ରାୟ ୯୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ୨୦୦୬ ରେ ଟ୍ରମ୍ପଙ୍କ ସହ ତାଙ୍କର ଏକ ସମ୍ପର୍କ ଥିବା ଡାନିଏଲ୍ସ ଦାବି କରିଥିଲେ। ତେବେ ଟ୍ରମ୍ପ ଏହାକୁ ବାରମ୍ବାର ଅସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର