ୱାସିଂଟନ: ମୁହାଁମୁହିଁ ହେଲେ ଟ୍ରମ୍ପ-ଜେଲେନସ୍କି । ଯୁକ୍ତିତର୍କ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିଜ ପଦ ଛାଡିବା ନେଇ ଏକ ବଡ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ଯଦି ଆପଣ ଚାହୁଁଛନ୍ତି ମୁଁ ମୋ ପଦରୁ ଇସ୍ତଫା ଦିଏ ବୋଲି, ତେବେ ମୁଁ ଏଥିରେ ରାଜି । କିନ୍ତୁ ମୋର କିଛି ସର୍ତ୍ତ ରହିଛି । ଯଦି ୟୁକ୍ରେନକୁ ନାଟୋରେ ସଦସ୍ୟତା ମିଳେ ତେବେ ମୁଁ ତୁରନ୍ତ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେବି ।
ଜେଲେନସ୍କି ଏକଥା ସେତେବେଳେ କହିଛନ୍ତି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଜେଲେନସ୍କିଙ୍କୁ ତାନାସାହ କହିବା ସହ ମାମୁଲି କମେଡିଆନ୍ କହିଛନ୍ତି । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାମୁଲି କମେଡିଆନ୍ କହିବା ସହ ନିର୍ବାଚନ ନକରି ତାନାସାହା ସାଜିଥିବା କହିଥିଲେ ଟ୍ରମ୍ପ । ଯାହାକୁ ନେଇ ଏପରି ବୟାନ ଦେଇଛନ୍ତି ଜେଲେନସ୍କି । ସେ ଆହୁରି କହିଛନ୍ତି କି, ମୁଁ ଟ୍ରମ୍ପଙ୍କ ଏହି ଟିପ୍ପଣୀକୁ ନେଇ କ୍ରୋଧିତ ନାହିଁ । ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବା ପରେ ମୁଁ ନିର୍ବାଚନରେ ମୋର ଲୋକପ୍ରିୟତା ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛି ।