ଓ୍ବାସିଂଟନ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ୟୁରୋପୀୟ ନେତା ମଧ୍ୟ ଯୋଗଦେବେ ଏବଂ ରୁଷ-ୟୁକ୍ରେନ ବିବାଦର ସମାଧାନ ପାଇଁ ଆଲୋଚନା ହେବାର ଆଶା କରାଯାଉଛି ।

Advertisment

ଆଲାସ୍କାରେ ହୋଇଥିବା ଟ୍ରମ୍ପ-ପୁଟିନ ବୈଠକ ପରେ ଏହି ବୈଠକ ହେଉଥିବାରୁ ଏହାର ଗୁରୁତ୍ବ ବଢିଯାଇଛି । ତେବେ ଏହାକୁ ନେଇ ଜେଲେନସ୍କି ସେତେଟା ଉତ୍ସାହିତ ଥିବା ପରି ଲାଗୁ ନାହଁ । ସେ କହିଛନ୍ତି ଯେ ଲାଗୁନାହିଁ ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ଆକ୍ରାମକତା ତ୍ୟାଗ କରିବେ । ଦୁଇଦିନ ତଳେ ଜେଲେନସ୍କି କହିଥିଲେ ଯେ ତାଙ୍କ ଦେଶ ଯୁଦ୍ଧ ବିରତି ନୁହେଁ, ସ୍ଥାୟୀ ଶାନ୍ତି ଆବଶ୍ୟକ କରେ । 

ପୋଷାକ ଉପରେ ନଜର
ତେବେ ଆଉ ଏକ କାରଣରୁ ନେଇ ଏହି ବୈଠକ ଚର୍ଚ୍ଚାରେ ଅଛି । ତାହା ହେଉଛି ଜେଲେନସ୍କି କଣ ପିନ୍ଧିବେ ? ସୁଟ ନା ତାଙ୍କର ଚିରାଚରିତ ଟିସର୍ଟ ? ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକୀୟ ଅଧିକାରୀମାନେ ୟୁକ୍ରେନୀୟ ପ୍ରତିନିଧିମାନଙ୍କୁ ପଚାରିଛନ୍ତି ଯେ ଜେଲେନସ୍କି ଏଥର ଓଭାଲ୍ ଅଫିସ୍ରେ ସୁଟ୍ ପିନ୍ଧିବେ କି ନାହିଁ। ମାର୍ଚ୍ଚ ମାସରେ ଟ୍ରମ୍ପଙ୍କ ସହ ତାଙ୍କର ଶେଷ ସାକ୍ଷାତ ଏହି ପ୍ରସଙ୍ଗରେ ଏକ କୂଟନୈତିକ ବିବାଦରେ ପରିଣତ ହୋଇଥିଲା। ବିବିସି ଅନୁଯାୟୀ, ସେହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ, "ତୁମେ କାହିଁକି ସୁଟ୍ ପିନ୍ଧୁନାହଁ? ତୁମର କ'ଣ ସୁଟ୍ ନାହିଁ? ଏହା ଦେଶର ସର୍ବୋଚ୍ଚ ପଦବୀର ମର୍ଯ୍ୟାଦା ପ୍ରତି ଅପମାନ।"