ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି ଯେ  ୨୦୨୬ରେ ତାଙ୍କର ଭାରତ ଗସ୍ତ ସମ୍ଭାବନା  ରହିଛି। ଆମେରିକା ଓ ଭାରତ ମଧ୍ୟରେ  ବାଣିଜ୍ୟ ଓ ସୁରକ୍ଷା ଆଲୋଚନା ତ୍ୱରାନ୍ୱିତ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଗତି ଦେଖିବାକୁ ମିଳିଛି ବୋଲି ଟ୍ରମ୍ପ ହ୍ୱାଇଟ୍‌ ହାଉସରେ ସାମ୍ବାଦିକମାନଙ୍କୁ  କହିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ମହାନ ନେତା ଓ ବନ୍ଧୁ  ବୋଲି ଅଭିହିତ କରି ସମ୍ପର୍କ ଗଭୀର କରିବାକୁ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ମନ୍ତବ୍ୟ  ଆମେରିକା-ଭାରତ ବାଣିଜ୍ୟ କାରବାରରେ ଦେଖାଦେଇଥିବା ସଙ୍କଟର ସମାଧାନ କରିବ ବୋଲି ଆଶା କରାଯାଉଛି।  ଟ୍ରମ୍ପ କହିଛନ୍ତି ଯେ ଭାରତ- ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ଏବଂ ଏହା ଦୁଇ ରାଷ୍ଟ୍ରର ବାଣିଜ୍ୟ ଓ ସୁରକ୍ଷା ନୀତିରେ ପ୍ରତିଫଳିତ ହେବ। ନିକଟରେ ଭାରତ-ଆମେରିକା ମଧ୍ୟରେ ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛନ୍ତି। ଆଗାମୀ ୧୦ ବର୍ଷ ପାଇଁ ଉଭୟ ରାଷ୍ଟ୍ର ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତି ପ୍ରକାଶ କରିଛନ୍ତି।

Advertisment