ଝଗଡ଼ାରୁ ଫାଇଦା ନେବାକୁ ଟ୍ରମ୍ପଙ୍କ ଉଦ୍ୟମ, ବାଇଡେନ୍‌ଙ୍କ ପୁଅ ବିରୋଧରେ ପୁଟିନ୍‌ଙ୍କୁ ତଥ୍ୟ ମାଗିଲେ

ୱାସିଂଟନ: ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ରୁଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ବାଦବିବାଦରୁ ରାଜନୈତିକ ଫାଇଦା ସାଉଁଟିବାକୁ ବସିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ବାଇଡେନଙ୍କ ପୁଅ ହଣ୍ଟର ଓ ମସ୍କୋ ମେୟରଙ୍କ ସ୍ତ୍ରୀଙ୍କୁ ନେଇ ଜଣାଥିବା କିଛି ରୋଚକ ଖବର ପ୍ରକାଶ କରିବା ପାଇଁ ସେ ପୁଟିନଙ୍କୁ ଅନୁରୋଧ କରିଛନ୍ତି। ଏକ ସାକ୍ଷାତ୍‌କାରରେ ଟ୍ରମ୍ପ କହିଲେ ଯେ, ପୁଟିନ ତ ଆମେରିକାର କେବେହେଲେ ପ୍ରଶଂସକ ନୁହନ୍ତି। ତେଣୁ ସେ କୁହନ୍ତୁ କାହିଁକି ମସ୍କୋର ମେୟରଙ୍କ ସ୍ତ୍ରୀ ବାଇଡେନ ଓ ତାଙ୍କ ପୁଅ ହଣ୍ଟରଙ୍କୁ ୩.୫ ନିୟୁତ ଡଲାର ଦେଇଥିଲେ। ପୁଟିନ ଏ ପ୍ରଶ୍ନର ଉତ୍ତର ନିଶ୍ଚୟ ଜାଣିଥିବେ। ଏହାପରେ ଟ୍ରମ୍ପ ମିଡ଼ିଆ ସଂସ୍ଥାଗୁଡ଼ିକ ବିରୋଧରେ ଅଭିଯୋଗ ବାଢ଼ିଥିଲେ ଯେ ସେମାନେ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ହଣ୍ଟର ବାଇଡେନଙ୍କ ଲାପ୍‌ଟପ୍‌କୁ ନେଇ ରହିଥିବା ବିବାଦକୁ ଚାପିଦେଇଥିଲେ।

ସମ୍ବନ୍ଧିତ ଖବର