ୱାସିଂଟନ : ବଳାତ୍କାର ଅଭିଯୋଗ ଆଣିଥିବା ଜଣେ ମହିଳା ସ୍ତମ୍ଭକାରଙ୍କ ପ୍ରତି ଅପମାନ-ସୂଚକ ମନ୍ତବ୍ୟ ଦେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମହିଳା ସ୍ତମ୍ଭକାର ଇ ଜିନ କ୍ୟାରୋଲ ଗତ ଅକ୍ଟୋବର ମାସରେ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ବିଷୟରେ ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଅଭିଯୋଗ ମିଥ୍ୟା ଏବଂ ଏପରି କୌଣସି ଘଟଣା ଘଟିନାହିଁ। ତା’ ସହ ସେ କହିଥିଲେ ଯେ ଏଭଳି ‘ନଟ୍ ଜବ୍’ (ଇଂରାଜୀ ଭାଷାରେ ଏକ ଅଶ୍ଳୀଳ ଶବ୍ଦ ଯାହାର ଅର୍ଥ ଖରାପ କାମ) ବିଷୟରେ ସେ କିଛି ଜାଣନ୍ତି ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp