ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭୂକମ୍ପଗ୍ରସ୍ତ ମ୍ୟାମାରକୁ ସହାୟତା ଯୋଗାଇ ଦେବେ। ମ୍ୟାମାର ପୁନରୁଦ୍ଧାରରେ ଆମେରିକୀୟ ଏଜେନ୍ସିମାନେ ସହାୟତା ପ୍ରଦାନ କରୁଛନ୍ତି କି ବୋଲି ପଚରାଯିବାରୁ ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆମେ ନିଶ୍ଚିତ ଭାବେ ସାହାଯ୍ୟ କରିବୁ। ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପରେ କ୍ଷତିଗ୍ରସ୍ତ ଥାଇଲାଣ୍ଡକୁ ମଧ୍ୟ ପୁନରୁଦ୍ଧାର ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଟିମ୍ ପଠାଯାଇଛି। ସୂଚନାଯୋଗ୍ୟ, ମ୍ୟାମାରକୁ ଆଜି କେବଳ ଭାରତରୁ ହିଁ ସହାୟତା ପହଞ୍ଚିଛି। ମ୍ୟାମାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ପ୍ରତିବଦ୍ଧ ବୋଲି ଘୋଷଣା କରିଛନ୍ତି।
ସହାୟତା ଦେବାକୁ ଟ୍ରମ୍ପଙ୍କ ପ୍ରତିଶ୍ରୁତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭୂକମ୍ପଗ୍ରସ୍ତ ମ୍ୟାମାରକୁ ସହାୟତା ଯୋଗାଇ ଦେବେ। ମ୍ୟାମାର ପୁନରୁଦ୍ଧାରରେ ଆମେରିକୀୟ ଏଜେନ୍ସିମାନେ ସହାୟତା ପ୍ରଦାନ କରୁଛନ୍ତି କି ବୋଲି ପଚରାଯିବାରୁ ରାଷ୍ଟ୍ରପତି ହ୍ୱାଇଟ୍....
/sambad/media/media_files/2025/03/30/CqRtP8kc2UIDAGlOxE5A.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)