ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି। ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ସମୟ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ରାତ୍ରି ପ୍ରାୟ ସାଢ଼େ ୧୦ଟା) ସେ ଶପଥ ଗ୍ରହଣ କରିଛନ୍ତି। 

Advertisment

ଉପରାଷ୍ଟ୍ରପତି ଭାବରେ ଜେଡି ଭାନ୍ସ ଶପଥ ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ବିଚାରପତି ବ୍ରେଟ୍ କଭାନାଓଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଲକ୍ଷ ଲକ୍ଷ ବେଆଇନ ପ୍ରବାସୀ ଭାରତୀୟଙ୍କୁ ବହିଷ୍କାର କରିବା ପାଇଁ ସବୁଠାରୁ ବଡ ଅଭିଯାନ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିବା ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏହି ନୀତିକୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡିଛି। ଏହା ଆନୁଷ୍ଠାନିକ ଭାବେ ପ୍ରକାଶ ହେବା ପୂର୍ବରୁ ନିର୍ବାସନ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ସରକାର ସତର୍କ ମନୋଭାବ ପୋଷଣ କରୁଥିବା ଜଣାପଡିଛି ଏବଂ ଏହାର କାର୍ଯ୍ୟକାରିତା ପାଇଁ ସମୟ ତଥା ପଦକ୍ଷେପର ସମୀକ୍ଷା କରୁଛନ୍ତି। 

Donald Trump
Donald Trump

 

ପୂର୍ବରୁ ଏନବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ଯେ ତାଙ୍କ ନିର୍ବାଚନ ପ୍ରଚାରରେ ସେ ଯେପରି ପ୍ରତିଶ୍ରୁତି ଦେଇଛନ୍ତି, ସେପରି ଦେଶରୁ ନିର୍ବାସନ ଆରମ୍ଭ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବ।

କିନ୍ତୁ କେଉଁ ସହରକୁ ଟାର୍ଗେଟ କରାଯିବ କିମ୍ବା କେବେ ଦେଶାନ୍ତର ଆରମ୍ଭ ହେବ ସେ କହିବାକୁ ମନା କରି ଦେଇଥିଲେ। ନିର୍ବାସନ ନୀତି କାର୍ଯ୍ୟକାରୀ କରିବାକୁ ନିୟୋଜିତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷାକୁ ନେଇ ଟ୍ରମ୍ପ ସରକାର ମଧ୍ୟ ଚିନ୍ତିତ ଅଛନ୍ତି।

ଶପଥ ଗ୍ରହଣ କରିବା ପୂର୍ବରୁ ସେ ଏକ ବିଜୟ ସମାବେଶ ଆୟୋଜନ କରି ହଜାର ହଜାର ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏବଂ ଆମେରିକା ପାଇଁ ଏକ ଆଇରନ୍ ଡୋମ ସିଷ୍ଟମ ନିର୍ମାଣ ବିଷୟରେ କହିଥିଲେ। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଟ୍ରମ୍ପ ନିଶ୍ଚିତ କରିଥିଲେ।

ସେ କହିଥିଲେ ଯେ, ଇମିଗ୍ରେସନ ଉପରେ କଡା ପ୍ରତିବନ୍ଧକ ଲଗାଇବେ। ଆମେରିକାର ପ୍ରତ୍ୟେକ ସଙ୍କଟକୁ ଐତିହାସିକ ଗତି ଏବଂ ଶକ୍ତି' ସହିତ ସମାଧାନ କରିବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ଆସନ୍ତାକାଲି ସୂର୍ଯ୍ୟାସ୍ତ ପରେ ଆମ ଦେଶ ଉପରେ ଆକ୍ରମଣ ବନ୍ଦ ହୋଇଯିବ।

 

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେ କ୍ୟାପିଟାଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧,୫୦୦ରୁ ଅଧିକ ଲୋକଙ୍କୁ ସେ କ୍ଷମା କରିବେ।  ୬ ଜାନୁଆରୀ ୨୦୨୧ରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିଥିଲେ।


ଟ୍ରମ୍ପ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ମୁଁ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବି, ମଧ୍ୟ ପୂର୍ବର ସଙ୍କଟକୁ ସମାପ୍ତ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିବା ପାଇଁ ମୋର ଯଥାସାଧ୍ୟ ଚେଷ୍ଟା କରିବି।  ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ, ଆମେ ଏହାର ନିକଟତର ଅଟୁ।


ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଦେଶରୁ ବିତାଡିତ କରିବାକୁ ଯୋଜନା କରି ଟ୍ରମ୍ପ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବିତାଡିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତଥାପି, ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଅଭିଯାନ ସମ୍ପୂର୍ଣ୍ଣ ହେବାକୁ ବର୍ଷ ବର୍ଷ ଲାଗିପାରେ ଏବଂ ଏହା ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ।  ଯଦି ଟ୍ରମ୍ପ ପ୍ରକୃତରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି, ତେବେ ଏହା ସେହି ଭାରତୀୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ ଯେଉଁମାନେ ବେଆଇନ ଭାବେ ଆମେରିକା ଯାଇଛନ୍ତି।


ଆମେରିକାର ରାଷ୍ଟ୍ରପତି ଭାବେ ପ୍ରଥମ ଦିନରୁ ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଟ୍ରାନ୍ସ ଆଥଲେଟମାନଙ୍କୁ ମହିଳା କ୍ରୀଡ଼ାରେ ଅଂଶଗ୍ରହଣ ନକରିବାକୁ ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ. କେନେଡ଼ି ଏବଂ ତାଙ୍କ ଭାଇ ବବି କେନେଡି ତଥା  ନାଗରିକ ଅଧିକାର ନେତା ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିଅରଙ୍କ ହତ୍ୟାର ଗୁପ୍ତ ତଥ୍ୟ ସାର୍ବଜନୀକ କରିବାକୁ କହିଛନ୍ତି।

ଏସବୁ ୬ ପ୍ରତିଶ୍ରୁତି  ଟମ୍ପ କିଭଳି ପୂରଣ କରିବେ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଏତେ କୋଟିର ମାଲିକ ଏଲଏସଜିର ନୂଆ ଅଧିନାୟକ ଋଷଭ

ଟ୍ରମ୍ପ ରବିବାର କହିଥିଲେ, ଯେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ସେ 'ଆଇରନ୍ ଡୋମ୍' କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେନାକୁ ନିର୍ଦ୍ଦେଶ ଦେବେ। ସମ୍ପ୍ରତି ଇସ୍ରାଏଲ୍ ଆଇରନ୍ ଡୋମ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟବହାର କରୁଛି। ଏହା ମାଧ୍ୟମରେ ଇସ୍ରାଏଲ ହମାସ, ହିଜବୁଲ ଏବଂ ଇରାନ ଆକ୍ରମଣରୁ ନିଜକୁ ରକ୍ଷା କରିଆସୁଛି। ଆମେରିକାର ପୂର୍ବରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଟ୍ରମ୍ପ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଜାପାନକୁ ମିଳିଲା ଗୁପ୍ତଧନର ସନ୍ଧାନ: ସମୁଦ୍ରର ୫,୭୦୦ ମିଟର ଗଭୀରରେ ବିରଳ ଖଣିଜ ଭଣ୍ଡାର