ନୂଆଦିଲ୍ଳୀ: ଭାରତ ଉପରେ ଟ୍ରମ୍ପ ଶୁଳ୍କର ପ୍ରଭାବ ପଡିବା ଆରମ୍ଭ କରିଛି । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଏହା ଫଳରେ ଭାରତ ଉପରେ ଏହାର ଗଭୀର ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହେଲାଣି । ବିଶେଷକରି କପଡା ରପ୍ତାନୀ ଭୟଙ୍କର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଉ ଦୁଇଦିନ ମଧ୍ୟରେ ଏହାର ପ୍ରଭାବ ବି ଦେଖିବାକୁ ମିଳିଲାଣି ।
ଆମେରିକା ୭ ଅଗଷ୍ଟରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି ଏବଂ ୨୭ ଅଗଷ୍ଟରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି କହିଛି । ଭାରତ ଉପରେ ଏହି ଶୁଳ୍କ ଲାଗୁ ହେବା ସହିତ, ରପ୍ତାନିରେ ହ୍ରାସ ହେବାର ସମ୍ଭାବନା ଅଛି, ଭାରତରୁ ଆମେରିକା ଯାଉଥିବା ସାମଗ୍ରୀର ମୂଲ୍ୟକୁ ମଧ୍ୟ ଏହା ପ୍ରଭାବିତ କରିପାରେ । ଫଳରେ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ଉତ୍ପାଦନ ଗୁଡ଼ିକର ମୂଲ୍ୟବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/10/new-project-20-2025-08-10-09-16-19.jpg)